ଗ୍ରାହକ ସାଜି ଯାଇଥିଲେ, ବାନ୍ଧିକି ଆଣିଲେ
- Published: Wednesday, 23 May 2018
- , Updated: 23 May 2018, 07:36 PM IST
<p>ଭୁବନେଶ୍ୱର (ଆଲୋକ ମହାନ୍ତି): ଗ୍ରାହକ ସାଜି ଯାଇଥିଲେ। ରେଟ୍‌ ଛିଡାଇବା ପାଇଁ ବାର୍ଗେନିଂ ଚାଲିଲା। ଶେଷରେ ଦର ଛିଡ଼ିଲା। ଆଉ ତା’ପରେ ବନ୍ଧା ହେଲେ ଦୁଇ ବାଘ ଛାଲ ବେପାରୀ। ସମ୍ୱଲପୁର ଅଞ୍ଚଳରୁ ଏପରି ଅଭିନବ ଉପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଓ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟରୋ ଅଧିକାରୀମାନେ ବାଘ ଛାଲ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।</p>
<p>ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଞ୍ଚଳରେ ବାଘ ଛାଲ ଚୋରା ବେପାର ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଓ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟରୋର ଅଧିକାରୀମାନେ ଛଦ୍ମ ବେଶରେ ଗ୍ରାହକ ସାଜି ସେମାନଙ୍କୁ ଡାକି ଥିଲେ। ପ୍ରଥମେ ବାଘ ଛାଲ ସମ୍ପର୍କରେ କଥା ହୋଇଥିଲେ। ତା’ପରେ କିଣିବା ପାଇଁ ମୂଲଚାଲ୍‌ କରିଥିଲେ। ଶେଷରେ ରେଟ୍‌ ଛିଡ଼ି ଥିଲା। କଲରାପତରିଆ ବାଘ ଛାଲ ଦେଖାଇଲା ବେଳେ ସେମାନଙ୍କୁ ମାଡ଼ି ବସିଥିଲେ ଅଧିକାରୀମାନେ। ସେମାନେ ହେଲେ କାଞ୍ଚନପୁର ଗାଁର ଅକେଇ ସାହୁ ଓ କୁମ୍ଭାରପଡ଼ା ଗାଁର ବିଶାଲ ସାହା। ଏହି ରାକେଟ୍‌ରେ ଏମାନଙ୍କ ଛଡ଼ା ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।</p>