ଆଦିତ୍ୟ ମୃତ୍ୟୁର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରକୁ ଯାଉଛି। ଜିଆର୍‌ପି ପରେ ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଦିତ୍ୟାଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ଜେରା କରୁଛି। ପୂର୍ବରୁ ମଧ୍ୟ ଉକ୍ତ ତିନି ଜଣଙ୍କୁ ଜେରା କରୁଥିଲା କ୍ରାଇମବ୍ରାଞ୍ଚ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ଜୁଲାଇ ୭ ତାରିଖ ସକାଳେ ରେଳ ଧାରଣାରୁ ମିଳିଥିଲା। ଜିଆର୍‌ପି ମୃତଦେହ ଜବତ କରି […]

aditya-dash

Manoranjan Sial
  • Published: Friday, 14 August 2020
  • , Updated: 14 August 2020, 04:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରକୁ ଯାଉଛି। ଜିଆର୍‌ପି ପରେ ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଦିତ୍ୟାଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ଜେରା କରୁଛି। ପୂର୍ବରୁ ମଧ୍ୟ ଉକ୍ତ ତିନି ଜଣଙ୍କୁ ଜେରା କରୁଥିଲା କ୍ରାଇମବ୍ରାଞ୍ଚ।

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ଜୁଲାଇ ୭ ତାରିଖ ସକାଳେ ରେଳ ଧାରଣାରୁ ମିଳିଥିଲା। ଜିଆର୍‌ପି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନଥିଲା। ଯାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଜିଆର୍‌ପିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ଆଲୋଚନା ପର୍ଯ୍ୟାଲୋଚନା ଭିତରେ କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ କରୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ। ଏହା ପରେ ଡିଜିପି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟ ମୃତ୍ୟୁ ମାମଲାର ତଦନ୍ତ କରୁଛି।

Related story