ପ୍ରଦୀପ ପାଣିଗ୍ରାହୀ କହିଲେ- ମୁଁ ଯାହା କହିଥିଲି ସେୟା ହେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ଯାହା କହିଥିଲି ସେୟା ହେଲା।” ଏହା କହିଛନ୍ତି ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଭୁବନେଶ୍ୱର SDJM କୋର୍ଟରେ ହାଜର ବେଳେ ସେ ଏହି କଥା କହିଛନ୍ତି। ଗିରଫ ପରେ ପ୍ରଦୀପଙ୍କୁ ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର କରାଇ ଯାଇଥିଲା। କୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ତାବେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ତାଙ୍କୁ ୧୪ ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇ […]

gopalpur-mla

Manoranjan Sial
  • Published: Thursday, 03 December 2020
  • , Updated: 03 December 2020, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ଯାହା କହିଥିଲି ସେୟା ହେଲା।” ଏହା କହିଛନ୍ତି ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଭୁବନେଶ୍ୱର SDJM କୋର୍ଟରେ ହାଜର ବେଳେ ସେ ଏହି କଥା କହିଛନ୍ତି।

ଗିରଫ ପରେ ପ୍ରଦୀପଙ୍କୁ ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର କରାଇ ଯାଇଥିଲା। କୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ତାବେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ତାଙ୍କୁ ୧୪ ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।  ପ୍ରଦୀପଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ। ପ୍ରଦୀପଙ୍କର ଉପଯୁକ୍ତ ଯତ୍ନ ପାଇଁ କୋର୍ଟଙ୍କୁ ତାଙ୍କ ଓକିଲ ଆବେଦନ କରିଥିଲେ। କୋର୍ଟ ସବୁ ପକ୍ଷ ଶୁଣିବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସ ଭବନରୁ ସଞ୍ଜ ବେଳେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ତାଙ୍କୁ ଜେରା ପରେ ସଙ୍ଗେ ସଙ୍ଗେ ଗିରଫ କରିଥିଲା। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି,  IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ ହୋଇଛି। ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଭଳି ସଂଗୀନ ଅଭିଯୋଗ ତାଙ୍କ ନାଁରେ ରହିଛି। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ମାମଲାରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା କହିଛି।

ଡାଲି ଦୁର୍ନୀତି ପ୍ରସଙ୍ଗ ଉଠାଇ ପ୍ରଦୀପ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଗଣମାଧ୍ୟମକୁ ସେ କହିଥିଲେ-“ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ  ଗଞ୍ଜାମରେ ଜିଲ୍ଲାପାଳ ଥିଲେ। ୨୦୧୧ରେ ଡାଲି ଦୁର୍ନୀତି ଅଭିଯୋଗ ଆସିଥିଲା। ସେ ସମୟରେ ସାରା ରାଜ୍ୟରେ ଡାଲି ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ ଉଠିଥିଲା। ସମ୍ପୃକ୍ତ ଜିଲ୍ଲାପାଳଙ୍କ ନାଁରେ  ଭିଜିଲାନ୍ସରେ ମାମଲା ମଧ୍ୟ କରିଥିଲା।

ସେହି ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା? ଡାଲି ଦୁର୍ନୀତି ମାମଲା କେବେ ଦାୟର ହୋଇଥିଲା? କେବେ ବନ୍ଦ ହେଲା? ତା’ର ଏବେ ଷ୍ଟାଟସ କ’ଣ ଓ କାହିଁକି ବନ୍ଦ ହେଲା? ଏସବୁର ଖୋଳତାଡ଼ ହେଉ। ଏହି ତଦନ୍ତ ପାଇଁ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କୁ କାହିଁକି ପଚରାଯାଉନି।”

Related story