ରାତି ଅଧରେ ଟିଟୋର ୨ ଭାଇଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କିଛି ଦିନର ଶିଥିଳତା ପରେ ପୁଣି କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଶାଖା ତତ୍ପର ହୋଇପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡା ସହରରେ ଥିବା ଦିଲରାପୁର ସ୍ଥିତ ବାସଭବନରେ ଆଜି ଭୋର ତିନିଟା ବେଳେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଟିଟୋର ଦୁଇ ଭାଇ ଆସପକ ଅଲ୍ଲି ଓରଫ ଜୀ ବାବୁ, ସୟଦ ଇଫତିକର ଅଲ୍ଲି ଓରଫ ଚିତୋ ଏବଂ  ଟିଟୋର ସମ୍ପର୍କୀୟ ଅମଜାଦ ଖାନ୍‌ ଓରଫ ମୁନାକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଏହି ୩ […]

tito-

Tapas Behera
  • Published: Wednesday, 19 June 2019
  • , Updated: 19 June 2019, 12:12 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କିଛି ଦିନର ଶିଥିଳତା ପରେ ପୁଣି କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଶାଖା ତତ୍ପର ହୋଇପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡା ସହରରେ ଥିବା ଦିଲରାପୁର ସ୍ଥିତ ବାସଭବନରେ ଆଜି ଭୋର ତିନିଟା ବେଳେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଟିଟୋର ଦୁଇ ଭାଇ ଆସପକ ଅଲ୍ଲି ଓରଫ ଜୀ ବାବୁ, ସୟଦ ଇଫତିକର ଅଲ୍ଲି ଓରଫ ଚିତୋ ଏବଂ  ଟିଟୋର ସମ୍ପର୍କୀୟ ଅମଜାଦ ଖାନ୍‌ ଓରଫ ମୁନାକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଏହି ୩ ଜଣଙ୍କୁ ଗିରଫ କରିଛି ପୁଲିସ।

ଗତବର୍ଷ ଜୁନ ୩୦ ତାରିଖରେ ଏସଟିଏଫ ଟିଟୋକୁ ଏନକାଉଣ୍ଟର କରିଥିଲା । ପରେ ଟିଟୋର ଅନେକ ସହଯୋଗୀଙ୍କୁ ଗିରଫ କରିଥିଲା। ସେବେ ଠାରୁ ଟିଟୋର ଦୁଇ ଭାଇ ଫେରାର ଥିଲେ । ଦାଦାବଟି ଓ ଟେଣ୍ଡର ଫିକ୍ସିଂ ପାଇଁ ୨୦୧୮ ଜୁଲାଇରେ ଠିକାଦାର ଶିବପ୍ରାସାଦ ପରିଡାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଟିଟୋର ସମ୍ପୃକ୍ତ ୨ ଭାଇ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Related story