କୁନ୍ଦୁଲି ମାମଲା: ତଦନ୍ତ ସାରି ଫେରିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ମାମଲାର ତଦନ୍ତ ସାରି କ୍ରାଇମ୍‌ବ୍ରାଞ୍ଚ ଟିମ୍  ଫେରିଛି। ଜଣେ ଏସ୍‌ପିଙ୍କ ସହ ଯାଇଥିବା ୪ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍ କୁନ୍ଦୁଲି, ପଟାଙ୍ଗୀ ଓ କୋରାପୁଟରେ ତଦନ୍ତ କରିଛି। ସେହିପରି ଗତକାଲିଠୁ ବିଜେପିର କେନ୍ଦ୍ରୀୟ ମହିଳା ଟିମ୍  ଦୁଇ ଦିନିଆ କୁନ୍ଦୁଲି ଗସ୍ତ କରିଛି। ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ କୁନ୍ଦୁଲି ଯାଇଛନ୍ତି। ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ […]

bbsr

Rakesh Mallick
  • Published: Sunday, 04 February 2018
  • , Updated: 04 February 2018, 07:46 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ମାମଲାର ତଦନ୍ତ ସାରି କ୍ରାଇମ୍‌ବ୍ରାଞ୍ଚ ଟିମ୍  ଫେରିଛି। ଜଣେ ଏସ୍‌ପିଙ୍କ ସହ ଯାଇଥିବା ୪ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍ କୁନ୍ଦୁଲି, ପଟାଙ୍ଗୀ ଓ କୋରାପୁଟରେ ତଦନ୍ତ କରିଛି। ସେହିପରି ଗତକାଲିଠୁ ବିଜେପିର କେନ୍ଦ୍ରୀୟ ମହିଳା ଟିମ୍  ଦୁଇ ଦିନିଆ କୁନ୍ଦୁଲି ଗସ୍ତ କରିଛି। ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ କୁନ୍ଦୁଲି ଯାଇଛନ୍ତି। ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ଦେବ।

ଅନ୍ୟପକ୍ଷରେ କୁନ୍ଦୁଲି ଘଟଣାର ତଦନ୍ତ ପାଇଁ ୫ ତାରିଖରେ ଓଡ଼ିଶା ଆସିବ ଜାତୀୟ ମାନବାଧିକାର କମିଶନ ବା ଏନ୍‌ଏଚ୍‌ଆରସି ଟିମ୍।  ଡିଏସ୍‌ପି ରବି ସିଂହଙ୍କ ନେତୃତ୍ୱରେ ଆସିବାକୁ ଥିବା ଏହି ଟିମରେ ଆଉ ୩ଜଣ ଅଧିକାରୀ ରହିବେ।  ସେମାନେ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ଘଟଣାର ତଦନ୍ତ କରିବେ।

Related story