ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଡିଜିପି ଅଭୟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ମାମଲରା ତଦନ୍ତ ଭାର ନେଇଛି। ଘଟଣାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି। ଏଡିଜି ଶ୍ରୀ ପଣ୍ଡା କହିଛନ୍ତି, ଏହା […]

Bidya & soumya

Jitendra Garnayak
  • Published: Saturday, 14 August 2021
  • , Updated: 14 August 2021, 12:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଡିଜିପି ଅଭୟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ମାମଲରା ତଦନ୍ତ ଭାର ନେଇଛି। ଘଟଣାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି।

ଏଡିଜି ଶ୍ରୀ ପଣ୍ଡା କହିଛନ୍ତି, ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ କରିବ। କ୍ରାଇମବ୍ରାଞ୍ଚ ଅଧିକାରୀ ମୂଳରୁ ଘଟଣାର ତଦନ୍ତ କରିବେ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।

ଇତିମଧ୍ୟରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ମାସେ ପୂରି ଯାଇଛି। କିନ୍ତୁ ତାଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟିପାରିନି। ଏହା ଏକ ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏଯାବତ୍ ପାରଳାଖେମୁଣ୍ଡି ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ତା’ର ତଦନ୍ତ ପ୍ରକ୍ରିୟା ଉପରେ ଅନେକ ପ୍ରଶ୍ନ ଉଠିଛି। ସୌମ୍ୟଙ୍କ ପରିବାର ଲୋକଙ୍କର ପୁଲିସ୍ ଉପରୁ ଭରସା ଉଠି ସାରିଥିବା ବେଳେ ସେମାନେ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏପରିକି ନ୍ୟାୟ ନ ମିଳିଲେ ସୌମ୍ୟଙ୍କ ବାପାମା’ ଆତ୍ମାହୁତି ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ଏହି ଘଟଣା ଘଟିଥିଲା। ରାତି ପ୍ରାୟ ୯ଟା ବେଳେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରୁ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିଲା। ସେତେବେଳେ ତାଙ୍କ ସରକାରୀ ବାସଭବନରେ କେବଳ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଥିଲେ।

ସୌମ୍ୟଙ୍କୁ ପାରଳଖେମୁଣ୍ଡି ଡାକ୍ତରଖାନାରୁ କଟକ ନିଆ ଯାଇଥିଲା। ତେବେ ତା’ପର ଦିନ ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା। ଏହା ପରେ ସୌମ୍ୟଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ କରିଥିଲେ। ସେମାନେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ମହାପାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏତଲା ଦେଇଥିଲେ। ଏହି ଘଟଣା ପଛରେ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସଂପର୍କ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ପୁଲିସ୍ ଏମାନଙ୍କୁ ସମସ୍ତଙ୍କୁ ପଚରାଉଚରା କରିଛି। କିନ୍ତୁ ଏଯାଏ ପୁଲିସ୍ କାହାକୁ ଗିରଫ କରିନି ଏବଂ ଘଟଣାଟି ଏବେବି ସସ୍‌ପେନ୍ସ ମଧ୍ୟରେ ରହିଛି।

Related story