କରୋନା ସମୟରେ ରାଜଧାନୀରେ କମିଛି ଅପରାଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ରାଜଧାନୀ ଭୁବନେଶ୍ୱରରେ କମିଛି ଅପରାଧ। ଗତ ବର୍ଷ ତୁଳନାରେ ଚଳିତବର୍ଷ କମ୍‌ ମାମଲା ଦାଏର ହୋଇଛି। ଗତବର୍ଷ ରାଜଧାନୀରେ ୧୪୯ ଦୁଷ୍କର୍ମ ମାମଲା ଦାଏର ହୋଇଥିବା ବେଳେ ଏବର୍ଷ ୧୦୬ରେ ସୀମିତ ରହିଛି। ସେହିଭଳି ଗତବର୍ଷ ହତ୍ୟା ମାମଲା ୪୦ ହୋଇଥିବା ବେଳେ ଏବର୍ଷ ମଧ୍ୟ ସେତିକି ମାମଲା ଦାଏର ହୋଇଛି। ଚୋରା ବନ୍ଧୁକ କାରବାର, ଡକାୟତି, ରାହାଜାନୀ ଭଳି ମାମଲା କମିଛି।  ଏବର୍ଷ ରେକର୍ଡ ସଂଖ୍ୟକ ୧୬ […]

Bhubaneswar

Manoranjan Sial
  • Published: Saturday, 26 December 2020
  • , Updated: 26 December 2020, 09:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ରାଜଧାନୀ ଭୁବନେଶ୍ୱରରେ କମିଛି ଅପରାଧ। ଗତ ବର୍ଷ ତୁଳନାରେ ଚଳିତବର୍ଷ କମ୍‌ ମାମଲା ଦାଏର ହୋଇଛି। ଗତବର୍ଷ ରାଜଧାନୀରେ ୧୪୯ ଦୁଷ୍କର୍ମ ମାମଲା ଦାଏର ହୋଇଥିବା ବେଳେ ଏବର୍ଷ ୧୦୬ରେ ସୀମିତ ରହିଛି। ସେହିଭଳି ଗତବର୍ଷ ହତ୍ୟା ମାମଲା ୪୦ ହୋଇଥିବା ବେଳେ ଏବର୍ଷ ମଧ୍ୟ ସେତିକି ମାମଲା ଦାଏର ହୋଇଛି।

ଚୋରା ବନ୍ଧୁକ କାରବାର, ଡକାୟତି, ରାହାଜାନୀ ଭଳି ମାମଲା କମିଛି।  ଏବର୍ଷ ରେକର୍ଡ ସଂଖ୍ୟକ ୧୬ ଜଣ ଅପରାଧୀଙ୍କୁ NSA ଲଗାଯାଇଛି। ଗତବର୍ଷ ଭୁବନେଶ୍ୱରରେ ମୋଟ୍ ମାମଲା ୮୨୨୯ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଏହା ଖସି ଆସି ୬୯୨୨ରେ ପହଞ୍ଚିଛି। ତେବେ କରୋନା ବେଳେ ଲମ୍ବା ସମୟ ଧରି ଲକଡାଉନ, ଶର୍ଟଡାଉନ୍‌ ପରେ ବି ଅପରାଧ ଆଶାଅନୁରୂପ କମିନି। ତେବେ ଭୁବନେଶ୍ୱର ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ପଡ଼ି ରହିଥିବା ମାମଲା।

୨୦୨୦ ବର୍ଷ ଭୁବନେଶ୍ୱର ପୁଲିସ ପାଖରେ ୧୫ ହଜାର ମାମଲା ପଡ଼ି ରହିଛି। ବିଶେଷ ଭାବେ ଡକାୟତି, ରାସ୍ତଘାଟରେ ଛିନ୍ତାଇ, ସାଇବର କ୍ରାଇମ୍‌କୁ ରୋକିବା କମିଶନରେଟ୍‌ ପୁଲିସ ପାଇଁ ମୁଖ୍ୟ ଲକ୍ଷ୍ୟ ହେବ।

Related story