ନଦୀତୁଠରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡ଼ା : ନଦୀତୁଠରେ କୁମ୍ଭୀର ଆତଙ୍କ । କେତେବେଳେ କୂଳରୁ ଟାଣିନେଉଛି ମଝି ନଈକୁ, ତ ଆଉ କେତେବେଳେ କ୍ଷତବିକ୍ଷତ କରୁଛି ମଣିଷକୁ। କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ସବୁଦିନ ଭଳି ଗତ ରବିବାର ଗାଈ ଚରାଇ ବିରୂପା ନଦୀ ଭିତର ଦେଇ ଫେରୁଥିଲେ । କିନ୍ତୁ ମଝି ନଈରେ ସର୍ବେଶ୍ୱରଙ୍କ ଗୋଡକୁ ଟାଣିନେଇଥିଲା କୁମ୍ଭୀର । କିଛି ସମୟ ପାଣି ଭିତରେ ଚାଲିଲା କୁମ୍ଭୀର ସହ ଲଢ଼େଇ । ଶେଷରେ ଏକ ଗାଈର ଲାଞ୍ଜକୁ […]

crocodile-1

Tapas Behera
  • Published: Tuesday, 08 October 2019
  • , Updated: 08 October 2019, 09:06 PM IST

କେନ୍ଦ୍ରାପଡ଼ା : ନଦୀତୁଠରେ କୁମ୍ଭୀର ଆତଙ୍କ । କେତେବେଳେ କୂଳରୁ ଟାଣିନେଉଛି ମଝି ନଈକୁ, ତ ଆଉ କେତେବେଳେ କ୍ଷତବିକ୍ଷତ କରୁଛି ମଣିଷକୁ। କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ସବୁଦିନ ଭଳି ଗତ ରବିବାର ଗାଈ ଚରାଇ ବିରୂପା ନଦୀ ଭିତର ଦେଇ ଫେରୁଥିଲେ । କିନ୍ତୁ ମଝି ନଈରେ ସର୍ବେଶ୍ୱରଙ୍କ ଗୋଡକୁ ଟାଣିନେଇଥିଲା କୁମ୍ଭୀର । କିଛି ସମୟ ପାଣି ଭିତରେ ଚାଲିଲା କୁମ୍ଭୀର ସହ ଲଢ଼େଇ । ଶେଷରେ ଏକ ଗାଈର ଲାଞ୍ଜକୁ ଧରି ଅନ୍ୟ ଏକ ଗୋଡ଼ରେ କୁମ୍ଭୀରକୁ ଲାତ ମାରି ତତ୍‌କ୍ଷଣାତ୍ ନଦୀ ପାରି ହୋଇଯାଇଥିଲେ ସର୍ବେଶ୍ୱର।

କେବଳ ସର୍ବେଶ୍ୱର ନୁହଁନ୍ତି, ରାଜକନିକା ବ୍ଲକ ଖୁଣ୍ଟା ଗାଁର ସଜନୀ ମଳିକ ବି ଅଳ୍ପକେ ବର୍ତ୍ତିଯାଇଛନ୍ତି କୁମ୍ଭୀର ମୁହଁରୁ। ଅପରାହ୍ନରେ ଘର ନିକଟ ଏକ ଜୋରରେ ବାସନ ମାଜିବା ସମୟରେ ତାଙ୍କ ଗୋଡ଼କୁ ଜାବୁଡ଼ି ଧରିଥିଲା କୁମ୍ଭୀର। ସେ ଏକ ଗଛକୁ ଜାବୁଡ଼ି ଧରି ଚିତ୍କାର କରିବାରୁ ତାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ ।

ଏଭଳି ଭାବେ ଜିଲ୍ଲାର ବିରୂପା, ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କୂଳରୁ ସାମ୍ନାକୁ ଆସୁଛି ଏକାଧିକ ହୃଦୟ ବିଦାରକ ଘଟଣା। ସରକାରୀ ରିପୋର୍ଟ କହୁଛି, ୨୦୧୫ରୁ ଅଦ୍ୟାବଧି ଅର୍ଥାତ ୪ ବର୍ଷରେ ୯ ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି।

ସେପଟେ ବିଭିନ୍ନ ନଦୀ ଏବଂ ଅନ୍ୟ ଜଳାଶୟଗୁଡ଼ିକରେ କୁମ୍ଭୀରଙ୍କ ସଂଖ୍ୟା ବଢ଼ି ୧୭୪୪ରେ ପହଞ୍ଚିଲାଣି। ଅଥଚ ନଦୀ ତୁଠ ଗୁଡ଼ିକରେ ଆବଶ୍ୟକ ତାରବାଡ଼ ବ୍ୟବସ୍ଥା କରାଯାଉ ନାହିଁ କି ସଚେତନ ବି କରାଯାଉନି ନଦୀକୂଳିଆଙ୍କୁ। ପରିଣାମ ସ୍ୱରୂପ କୁମ୍ଭୀର ଆତଙ୍କ ବଢ଼ୁଥିବାବେଳେ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇଛି।

Related story