ରେବରେ ଭାସୁଛି ବିରାଟକାୟ କୁମ୍ଭୀର

ଭଦ୍ରକ(ପାର୍ଥସାରଥୀ ନାୟକ): ନଦୀରେ ଭାସୁଛି ବିରାଟ କାୟ କୁମ୍ଭୀର। ରେବ ନଦୀର ଗୁମୁଣ୍ଡିଆ ଗଣ୍ଡରେ କୁମ୍ଭୀର ଭାସୁଥିବା ଦେଖି ଲୋକ ଭୟଭୀତ ହୋଇଛନ୍ତି। ତେବେ କୁମ୍ଭୀରଟି କେଉଁଠୁ ଓ କେମିତି ଆସିଲା ତାହା ଜଣାପଡ଼ି ନାହିଁ। ଭଦ୍ରକ ତିହିଡି ବ୍ଲକ ବୋଡ଼କ ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ରେବ ନଦୀ। ଏହି ନଦୀର ଗୁମୁଣ୍ଡିଆ ଗଣ୍ଡରେ ଗୋଟିଏ କୁମ୍ଭୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଆଗରୁ ଏହି ନଦୀରୁ କେବେ କୁମ୍ଭୀର ଦେଖିବାକୁ ମିଳିନଥିବାରୁ ସ୍ଥାନୀୟ […]

bhadrak

Manoranjan Sial
  • Published: Sunday, 01 November 2020
  • , Updated: 01 November 2020, 07:03 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ନଦୀରେ ଭାସୁଛି ବିରାଟ କାୟ କୁମ୍ଭୀର। ରେବ ନଦୀର ଗୁମୁଣ୍ଡିଆ ଗଣ୍ଡରେ କୁମ୍ଭୀର ଭାସୁଥିବା ଦେଖି ଲୋକ ଭୟଭୀତ ହୋଇଛନ୍ତି। ତେବେ କୁମ୍ଭୀରଟି କେଉଁଠୁ ଓ କେମିତି ଆସିଲା ତାହା ଜଣାପଡ଼ି ନାହିଁ।

ଭଦ୍ରକ ତିହିଡି ବ୍ଲକ ବୋଡ଼କ ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ରେବ ନଦୀ। ଏହି ନଦୀର ଗୁମୁଣ୍ଡିଆ ଗଣ୍ଡରେ ଗୋଟିଏ କୁମ୍ଭୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଆଗରୁ ଏହି ନଦୀରୁ କେବେ କୁମ୍ଭୀର ଦେଖିବାକୁ ମିଳିନଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। କୁମ୍ଭୀରର ଲମ୍ୱ ୭ରୁ ୮ ଫୁଟ୍‌ ହେବ। ଏନେଇ ଗାଁ ଲୋକ ଧାମନଗର ବନାଞ୍ଚଳକୁ ଖବର ଦେଇଥିଲେ। ଏହା ପରେ ବନ ବିଭାଗ ଗୋରୁଗାଈଙ୍କୁ ନଦୀକୁ ନଛାଡ଼ିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି।

Related story