ଛେଳି ଖାଇଯାଉଥିଲା କୁମ୍ଭୀର, ଗାଁ ଲୋକେ ଜାଲ ପକାଇ ଧରିଲେ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ନଈ ପଠାରେ ଚରୁଥିବା ଛେଳିଙ୍କୁ ଖାଇଯାଉଥିଲା କୁମ୍ଭୀର। ହେଲେ ଗାଁ ଲୋକଙ୍କୁ ଦେଖାଦେଉନଥିଲା। ଶେଷରେ ଗାଁ ଲୋକେ ଭଡାରେ ଡଙ୍ଗା ଓ ଜାଲ ଆଣି କୁମ୍ଭୀରକୁ ଧରିଛନ୍ତି। ଆଜି ଏପରି ଚିତ୍ର ବାଲେଶ୍ୱର ସଦର ବ୍ଲକ ଅଞ୍ଚଳରୁ ଆସିଛି। ଅଭିଯୋଗରୁ ପ୍ରକାଶ, ଗତ କିଛି ଦିନ ଭିତରେ ଛନୁଆ ଗାଁର କେତେକ ଲୋକଙ୍କର ଛେଳି ଗାଏବ ହୋଇଯାଉଥିଲେ। ଛେଳିମାନେ ପଞ୍ଚପଡ଼ା ନଈ କୂଳକୁ ଚଳିବାକୁ ଯାଇ ଫେରୁନଥିଲେ। ଛେଳି ଗାଏବକୁ ନେଇ ଆଲୋଚନା […]

crocodile

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 08:32 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ନଈ ପଠାରେ ଚରୁଥିବା ଛେଳିଙ୍କୁ ଖାଇଯାଉଥିଲା କୁମ୍ଭୀର। ହେଲେ ଗାଁ ଲୋକଙ୍କୁ ଦେଖାଦେଉନଥିଲା। ଶେଷରେ ଗାଁ ଲୋକେ ଭଡାରେ ଡଙ୍ଗା ଓ ଜାଲ ଆଣି କୁମ୍ଭୀରକୁ ଧରିଛନ୍ତି। ଆଜି ଏପରି ଚିତ୍ର ବାଲେଶ୍ୱର ସଦର ବ୍ଲକ ଅଞ୍ଚଳରୁ ଆସିଛି।

ଅଭିଯୋଗରୁ ପ୍ରକାଶ, ଗତ କିଛି ଦିନ ଭିତରେ ଛନୁଆ ଗାଁର କେତେକ ଲୋକଙ୍କର ଛେଳି ଗାଏବ ହୋଇଯାଉଥିଲେ। ଛେଳିମାନେ ପଞ୍ଚପଡ଼ା ନଈ କୂଳକୁ ଚଳିବାକୁ ଯାଇ ଫେରୁନଥିଲେ। ଛେଳି ଗାଏବକୁ ନେଇ ଆଲୋଚନା ହେଉଥିବା ବେଳେ କମ୍ଭୀର ଖାଇଯାଉଥିବା ଚର୍ଚ୍ଚା ଆରମ୍ଭ ହେଲା। ଏହା ପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମାତ୍ର ବନ ବିଭାଗ କୁମ୍ଭୀର ଧରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜି ଥିଲା। ଶେଷରେ ଗାଁ ଲୋକେ ଭଡ଼ାରେ ଡଙ୍ଗା ଓ ଜାଲ ଆଣି ନଈରେ ପକାଇ କୁମ୍ଭୀରକୁ ଧରି ଥିଲେ। ପରେ ଗାଁ ଲୋକେ ବନ ବିଭାଗକୁ କମ୍ଭୀରକୁ ହସ୍ତାନ୍ତର କରିଥିଲେ। କୁମ୍ଭୀରକୁ ଭିତରକନିକାରେ ଛଡ଼ା ଯିବ ବୋଲି ଜଣାପଡ଼ିଛି।

Related story