ଭଦ୍ରକ (ଓଡ଼ିଶା ରିପୋର୍ଟର): ଯାଜପୁର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ଆଜି ପ୍ରକାଶ ପାଇଥିଲା। ତେବେ ଏହି ଭିଡିଓଟି ଆଜିର ନୁହେଁ। ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ। ସେହି ଭିଜୁଆଲଟି ସୋଶାଲ୍ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଅନ୍ୟ ରାଜ୍ୟର। ଏନେଇ ଯାଜପୁର ରୋଡ୍ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି।
ସେ କହିଛନ୍ତି-“ବୈତରଣୀ ନଦୀ ବନ୍ଧରେ ଘାଇ ହୋଇ କୁମ୍ଭୀର ଆସିଥିବା ଖବର ମିଳିଛି। ଆମ ଟିମ୍ ସେଠାକୁ ଯାଇଛି। ଘଟଣା ନେଇ ଅନୁଧ୍ୟାନ କରାଯାଉଛି।”
ସୂଚନାରୁ ପ୍ରକାଶ, ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ଖେଳୁଥିବା ଖବର ଆଜି ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ୍ରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସାରିତ ହୋଇଥିଲା।