କୃଷକ ଦିବସ ସଭାରେ ଭର୍ତ୍ତୃହରି-ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ

କଟକ: ସିଆରଆରଆଇରେ କୃଷକ ଦିବସ ସଭା ବେଳେ ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବା ନେଇ କଟାକ୍ଷ କରିଥିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। କହିଥିଲେ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ମନ କିନ୍ତୁ ତାଙ୍କର ଓଡ଼ିଶାରେ ରହିଛି। ସୁଯୋଗ ମିଳିବା କ୍ଷଣି ନିଜ ଭାଷଣରେ ରୋଚକ ଜବାବ ରଖିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଆଉ ମହାଭାରତ ଉଦାହରଣ ଦେଇ କହିଥିଲେ,ଦ୍ରୋଣାଚାର୍ଯ୍ୟ ଏକଲବ୍ୟକୁ ଶିଷ୍ୟ ଭାବେ ମାନ୍ୟତା ଦେଇ […]

bhatruhari-dharmendra

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 05:33 PM IST

କଟକ: ସିଆରଆରଆଇରେ କୃଷକ ଦିବସ ସଭା ବେଳେ ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବା ନେଇ କଟାକ୍ଷ କରିଥିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। କହିଥିଲେ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ମନ କିନ୍ତୁ ତାଙ୍କର ଓଡ଼ିଶାରେ ରହିଛି। ସୁଯୋଗ ମିଳିବା କ୍ଷଣି ନିଜ ଭାଷଣରେ ରୋଚକ ଜବାବ ରଖିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଆଉ ମହାଭାରତ ଉଦାହରଣ ଦେଇ କହିଥିଲେ,ଦ୍ରୋଣାଚାର୍ଯ୍ୟ ଏକଲବ୍ୟକୁ ଶିଷ୍ୟ ଭାବେ ମାନ୍ୟତା ଦେଇ ନ ଥିଲେ ମଧ୍ୟ ଇତିହାସ ଏକଲବ୍ୟଙ୍କ ବୀରତ୍ୱକୁ ସମ୍ମାନ ଦିଏ।

ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଥିଲେ,“ ଯଦିଓ ଧର୍ମେନ୍ଦ୍ର ବିହାରରୁ ପ୍ରତିନିଧିତ୍ୱ କରୁଛନ୍ତି ସେ ଆମ ଅଞ୍ଚଳର ଲୋକ। ମୋର ଆଶା ଓ ବିଶ୍ୱାସ ତାଙ୍କର ମନ ଯେତେ ପରିମାଣରେ ଓଡ଼ିଶାରେ ରହିଛି ଖୁବଶ୍ରୀଘ୍ର ତାଙ୍କ କାୟା ମଧ୍ୟ ଆମ ଗହଣକୁ ଆସିବ। ସେହି ଅନୁସାରେ ଏହି ଅଞ୍ଚଳର ଉନ୍ନତିପାଇଁ ଯତ୍ପରୋନାସ୍ତି ଉଦ୍ୟମ କରୁଛନ୍ତି। ଆମ ସମସ୍ତଙ୍କର ସହଯୋଗ ତାଙ୍କ ପ୍ରତି ରହିବ। ଏହା ରହିବାର ଆବଶ୍ୟକତା ମଧ୍ୟ ରହିଛି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଭର୍ତ୍ତୃହରି ମହତାବ ମତେ ଟାହିଟାପୋରା କରି କହିଲେ ଯେ, ମୁଁ ବିହାରର ସଦସ୍ୟ। ମହାଭାରତରେ ଏକଲବ୍ୟର ବି ଭୂମିକା ଥିଲା। ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କୁ ମାନ୍ୟତା ଦେଇ ନ ଥିଲେ।  ଏହା ସତ୍ତ୍ୱେ ଇତିହାସ ଏକଲବ୍ୟକୁ ବୀରତ୍ୱକୁ ସ୍ୱୀକାର କରେ। ମୁଁ ବିହାରରୁ ରାଜ୍ୟ ସଭାକୁ ଯାଇଥିଲେ ମଧ୍ୟ ଖୁସି ଯେ, ଭଲରେ ଦୁଇ ପଦ ଓଡ଼ିଆ କହିପାରୁଛି, ଲୋକଙ୍କ କଥା ବୁଝି ପାରୁଛି।”

Related story