ଘଞ୍ଚ ଜଙ୍ଗଲରେ ଗୁଳି ବିନିମୟ

ଫୁଲବାଣୀ(ତ୍ରିନାଥ ସାହୁ): ଆଜି କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପହିରାଜୁ ଜଙ୍ଗଲରେ ନକ୍ସଲ ଓ ଏସ୍‌ଓଜି ଗୁଳି ବିନିମୟ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ବେଳେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ସେଥିରୁ ପୁଲିସ ବହୁ ମାରଣାସ୍ତ୍ର ଜବତ କରିଛି। ପହିରାଜୁ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲୁଥିଲା। ଗୋଇନ୍ଦା ସୂତ୍ର ଆଧାରରେ ପୁଲିସ ଓ ଏସ୍‌ଓଜି ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରୁଥିଲା। ଏହି ସମୟରେ ପୁଲିସକୁ ଦେଖି ନକ୍ସଲମାନେ ଗୁଳି […]

cross-firing-in-phulbani-district

Manoranjan Sial
  • Published: Wednesday, 28 August 2019
  • , Updated: 28 August 2019, 10:22 PM IST

ଫୁଲବାଣୀ(ତ୍ରିନାଥ ସାହୁ): ଆଜି କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପହିରାଜୁ ଜଙ୍ଗଲରେ ନକ୍ସଲ ଓ ଏସ୍‌ଓଜି ଗୁଳି ବିନିମୟ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ବେଳେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ସେଥିରୁ ପୁଲିସ ବହୁ ମାରଣାସ୍ତ୍ର ଜବତ କରିଛି।

ପହିରାଜୁ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲୁଥିଲା। ଗୋଇନ୍ଦା ସୂତ୍ର ଆଧାରରେ ପୁଲିସ ଓ ଏସ୍‌ଓଜି ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରୁଥିଲା। ଏହି ସମୟରେ ପୁଲିସକୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ପୁଲିସ ଓ ଏସ୍‌ଓଜି ଯବାନମାନେ। ଫଳରେ ଉଭୟ ପାର୍ଶ୍ୱରୁ ଗୁଳି ବର୍ଷା ହୋଇଥିଲା। ଏହାଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ଏହି ସମୟରେ ପୁଲିସକୁ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ସେଥିରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବହୁ ନକ୍ସଲ ସାମଗ୍ରୀ ପୁଲିସ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଜଙ୍ଗଲରେ କୁମ୍ବିଂ ଅପେରସନ ଜାରି ରହିଥିବା କନ୍ଧମାଳ ଏସ୍‌ପି ପ୍ରତୀକ ସିଂ କହିଛନ୍ତି।

Related story