ମାଓ ମୁକାବିଲା ଲାଗି ଓଡ଼ିଶାକୁ ଅଧିକ ବାଟାଲିୟନ ଦେବା ସମ୍ଭବ ନୁହେଁ: ସିଆରପିଏଫ ଡିଜି

ରାଉରକେଲା: ରାଉରକେଲାରେ ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର ମାଓବାଦୀ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ପ୍ରକାଶ କହିଛନ୍ତି, ନକ୍ସଲ ମୁକବିଲା ପାଇଁ ରାଜ୍ୟ ସରକାରଙ୍କୁ ସିଆରପିଏଫ୍ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ବର୍ତ୍ତମାନ ସ୍ଥିତିରେ ଓଡ଼ିଶାକୁ ଅଧିକ ବାଟାଲିୟନ ଯୋଗାଇ ଦେବା ସମ୍ଭବ ନୁହେଁ। ରାଜ୍ୟ ସରକାର ଅଧିକ ବାଟାଲିୟନ ପାଇଁ ଦାବି କରିଛନ୍ତି। କେନ୍ଦ୍ର ପକ୍ଷରୁ ଏହାକୁ ବିଚାର କରାଯାଇ ଯଦି ଅଧିକ ବାଟାଲିୟନ ଦିଆଯିବାକୁ କୁହାଯାଏ ତେବେ ଯୋଗାଇ […]

crpf dg

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 10:56 AM IST

ରାଉରକେଲା: ରାଉରକେଲାରେ ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର ମାଓବାଦୀ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ପ୍ରକାଶ କହିଛନ୍ତି, ନକ୍ସଲ ମୁକବିଲା ପାଇଁ ରାଜ୍ୟ ସରକାରଙ୍କୁ ସିଆରପିଏଫ୍ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ବର୍ତ୍ତମାନ ସ୍ଥିତିରେ ଓଡ଼ିଶାକୁ ଅଧିକ ବାଟାଲିୟନ ଯୋଗାଇ ଦେବା ସମ୍ଭବ ନୁହେଁ। ରାଜ୍ୟ ସରକାର ଅଧିକ ବାଟାଲିୟନ ପାଇଁ ଦାବି କରିଛନ୍ତି। କେନ୍ଦ୍ର ପକ୍ଷରୁ ଏହାକୁ ବିଚାର କରାଯାଇ ଯଦି ଅଧିକ ବାଟାଲିୟନ ଦିଆଯିବାକୁ କୁହାଯାଏ ତେବେ ଯୋଗାଇ ଦିଆଯିବ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଥିଲା। କିଛିଦିନ ହେବ ଏହା ପୁଣି ବୃଦ୍ଧି ପାଇଛି। ବିଶେଷ କରି ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ ମାଓବାଦୀଙ୍କ କାର୍ଯ୍ୟକଳାପ ବଢିଛି। ଏହି ଜିଲ୍ଲାଗୁଡିକରେ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଛି। ପୋଲିସ ସହ ମିଶି ଯବାନମାନେ ଅପରେସନ ଚଳାଇବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ଆଗକୁ ଝରଖଣ୍ଡରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସେଠାରେ କିଛିମାତ୍ରାରେ ମାଓବାଦୀ କାର୍ଯ୍ୟକଳାପ ବଢିଛି। ନିର୍ବାଚନକୁ ଭଣ୍ଡୁର କରିବାକୁ ସେମାନେ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି। ଝାରଖଣ୍ଡ ସହ ସୀମାନ୍ତ ଓଡ଼ିଶାରେ ମାଓବାଦୀଙ୍କ ସମସ୍ତ ପ୍ରକାର ହିଂସାକୁ ରୋକିବାକୁ ନଜର ରଖାଯାଇଥିବା ସେ କହିଛନ୍ତି।

Related story