୧୨ରେ ନବୀନ ନିବାସ ଘେରିବାକୁ ଛାତ୍ରଛାତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଇଡି ପରି ଡିଏଲ୍ଇଡି ପରୀକ୍ଷା ଅନ୍‌ଲାଇନରେ କରାଯାଉ। ଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡିଏଲ୍‌ଇଡି(ସିଟି) ଛାତ୍ରସଂଘ ଏହି ଦାବି କରିଛନ୍ତି। ରାଜ୍ୟ ସରକାର ଦାବି ପୂରଣ ନକଲେ ଅକ୍ଟୋବର ୧୨ରେ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ରସଂଘ ଚେତାବନୀ ଦେଇଛି।  ଆଜି ଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡି.ଏଲ୍-ଇଡି(ସିଟି) ଛାତ୍ରସଂଘର ମିଳିତ ଆନୁକୂଲ୍ୟରେ ଏକ ଗଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଭାପତି ସଂଘମିତ୍ରା ଜେନା […]

bbst

Manoranjan Sial
  • Published: Saturday, 10 October 2020
  • , Updated: 10 October 2020, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଇଡି ପରି ଡିଏଲ୍ଇଡି ପରୀକ୍ଷା ଅନ୍‌ଲାଇନରେ କରାଯାଉଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡିଏଲ୍‌ଇଡି(ସିଟି) ଛାତ୍ରସଂଘ ଏହି ଦାବି କରିଛନ୍ତି। ରାଜ୍ୟ ସରକାର ଦାବି ପୂରଣ ନକଲେ ଅକ୍ଟୋବର ୧୨ରେ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ରସଂଘ ଚେତାବନୀ ଦେଇଛି।

 ଆଜି ଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡି.ଏଲ୍-ଇଡି(ସିଟି) ଛାତ୍ରସଂଘର ମିଳିତ ଆନୁକୂଲ୍ୟରେ ଏକ ଗଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଭାପତି ସଂଘମିତ୍ରା ଜେନା ଯୋଗଦେଇ ଓଡ଼ିଶା ସରକାରଙ୍କ ଶ୍ରେଣୀ ଗୃହ ପରୀକ୍ଷା ପରିଚାଳନା ନିଷ୍ପତ୍ତିକୁ ଦୃଢ ଭାବେ ନିନ୍ଦା କରିଛନ୍ତି।

ସଂଘମିତ୍ରା ଜେନାଙ୍କ କହିବା ଅନୁସାରେ ଶୁକ୍ରବାର ଓଡ଼ିଶାରେ ୩୦୦୦ରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ଡିଇଏଲ୍ଇଡି ଛାତ୍ରଛାତ୍ରୀଙ୍କ ପ୍ରଥମ ଓ ଶେଷ ବର୍ଷର ପରୀକ୍ଷା ଶ୍ରେଣୀ ଗୃହରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଛାତ୍ର ସଂଘ ବିରୋଧ କରୁଛି।

ସଂଘ ଦାବି କରୁଛି, ବିଇଡି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନଲାଇନ୍‌ରେ କରାଯାଇଛି। ହେଲେ ଡି.ଇଏଲ୍.ଇଡି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଫ୍‌ଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ବେଳେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ସଂଘ ପ୍ରଶ୍ନ ଉଠାଇଛି। ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ୧୩୫୦୦ରୁ ଅଧିକ ପରୀକ୍ଷାର୍ଥୀ ଅକ୍ଟୋବର ୧୨ ତାରିଖରେ ନବୀନ ନିବାସ ଘେରାଓ କରିବେ ବୋଲି ଛାତ୍ରସଂଘ ପକ୍ଷରୁ ମିଳିତ ଚେତାବନୀ ଦେଇଛି।

Related story