‘ବଞ୍ଚିଲେ ତ ପରୀକ୍ଷା ଦେବୁ, ଆଗ ଆମ ଜୀବନ, ପରେ... ’

କଟକ(ଓଡ଼ିଶା ରିପୋର୍ଟର): ‘ଆଗ ଆମ ଜୀବନ, ତା’ ପରେ ପରୀକ୍ଷା । ବଞ୍ଚିଲେ ତ ପରୀକ୍ଷା ଦେବୁ । ପରୀକ୍ଷା ଦେବାକୁ ଆମେ ପ୍ରସ୍ତୁତ କିନ୍ତୁ ପ୍ରଥମେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଉ । ପରୀକ୍ଷା ଦେବା ନିମନ୍ତେ ସହଜ, ସୁବିଧା, ସୁରକ୍ଷିତ ଉପାୟ ବାହାର କଲେ ପରୀକ୍ଷା ଦେବୁ, ନଚେତ ଏହାକୁ ବର୍ଜନ କରୁଛୁ। ’ ଏପରି କହି ଆଜି କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଗର୍ଜିଛନ୍ତି  କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। କଟକ […]

exam

Niharika Rout
  • Published: Thursday, 07 July 2022
  • , Updated: 07 July 2022, 03:02 PM IST

କଟକ(ଓଡ଼ିଶା ରିପୋର୍ଟର): ‘ଆଗ ଆମ ଜୀବନ, ତା’ ପରେ ପରୀକ୍ଷା । ବଞ୍ଚିଲେ ତ ପରୀକ୍ଷା ଦେବୁ । ପରୀକ୍ଷା ଦେବାକୁ ଆମେ ପ୍ରସ୍ତୁତ କିନ୍ତୁ ପ୍ରଥମେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଉ । ପରୀକ୍ଷା ଦେବା ନିମନ୍ତେ ସହଜ, ସୁବିଧା, ସୁରକ୍ଷିତ ଉପାୟ ବାହାର କଲେ ପରୀକ୍ଷା ଦେବୁ, ନଚେତ ଏହାକୁ ବର୍ଜନ କରୁଛୁ। ’ ଏପରି କହି ଆଜି କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଗର୍ଜିଛନ୍ତି  କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ।

କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଆଜି ୫ମ ତଥା ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲେବର ଲ’ ପେପର ପରୀକ୍ଷା ଥିଲା । ଆଜି ସାଢେ ୧୦ ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ତେବେ ଏକଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ଜଣାପଡିବା ପରେ ପରେ ଛାତ୍ରଛାତ୍ରୀମାନେ ଅନ୍ୟତ୍ର ପରୀକ୍ଷା କରିବା ସହ ଅନଲାଇନ୍‌ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି । ଏଥିସହ ସେମାନେ ପରୀକ୍ଷା ବର୍ଜନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ,  ୩ ଦିନ ତଳେ ୩ ପରୀକ୍ଷା ନିରୀକ୍ଷକ ପଜିଟି ବାହାରିଥିଲେ । ଗତ କାଲି ଆଉ ତିନି ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଜଣ ପଜିଟିଭ ଚିହ୍ନଟ ହେବା ପରେ ବି ଆସି ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ଆମେ ଆଉ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ପାରିବୁ ନାହିଁ ।

ଏନେଇ ଅମ୍ରିତା ମିଶ୍ର ନାମ୍ନୀ ଲ’ ଛାତ୍ରୀ କହିଛନ୍ତି, ଆମ କଲେଜର ୬ ଜଣ ପ୍ରଫେସର ପଜିଟିଭ ଅଛନ୍ତି । ସିଏମସି ରିପୋର୍ଟ ଆମ ପାଖରେ ଅଛି। ଆମେ ପରୀକ୍ଷା ଦେବାକୁ ପ୍ରସ୍ତୁତ। ହେଲେ ଆମ ସୁରକ୍ଷା ପାଇଁ କିଛି ଅଲଗା ବାଟ ବାହାର କରନ୍ତୁ । କିନ୍ତୁ କଲେଜ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନ କରି କଲେଜରେ ହିଁ ପରୀକ୍ଷା ଦିଅ ବୋଲି ଆମକୁ ଧମକ ଦେଉଛନ୍ତି । କୋଭିଡ ପଜିଟିଭଙ୍କ ସହ ଗୋଟିଏ ରୁମ୍‌ରେ ବସି ପରୀକ୍ଷା ଦେବା ଅସମ୍ଭବ  ।  ଆମ ସେଣ୍ଟର ଚେଞ୍ଜ କର, ନଚେତ ଅନଲାଇନ୍‌ କର । ପରୀକ୍ଷା କ’ଣ ଜୀବନଠୁ ବଡ଼ ।

କଲେଜ କର୍ତ୍ତୃପକ୍ଷ ଘଟଣାର ସମାଧାନ କରୁ ନ ଥିବା ବେଳେ ଅପରାହ୍ନ ସାଢେ ୧ଟା ସୁଦ୍ଧା ପରୀକ୍ଷା ଦେଲେ ସମ୍ପୂର୍ଣ୍ଣ ବ୍ୟାଚ ଅନୁପସ୍ଥିତ ବୋଲି ରିପୋର୍ଟ ପଠାଇ ଦେବାକୁ ଧମକ ଦେଉଥିବା ଛାତ୍ରଛାତ୍ରୀ କହୁଛନ୍ତି। ତେବେ ଏଥିପ୍ରତି ଖାତିର ନ କରି ପରୀକ୍ଷା ବର୍ଜନ ସହ ଘଟଣାର ତୁରନ୍ତ ସମାଧାନ ସେମାନେ ଦାବି କରିଛନ୍ତି।ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Related story