ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ, ଗୋଟିଏ ରାତିରେ ୩, ୪ ଘରେ ବୁଲାଉଥିଲେ କଳାକନା

କଟକ(ଓଡ଼ିଶା ରିପୋର୍ଟର): ଲୁଟ୍‌ ପାଇଁ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ । ଏଥିପାଇଁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ବାଛୁଥିବା ବେଳେ ପୂର୍ବରୁ କରୁଥିଲେ ରେକି। କେଉଁ ଘରେ ତାଲା ଝୁଲୁଛି, କେଉଁ ଘରେ ଲୋକ ରହୁଥିଲେ ବି କେଉଁ ରୁମ୍‌ ଫାଙ୍କା ରହୁଛି, ସେ ସବୁ ବିଷୟରେ ସଂଗ୍ରହ କରୁଥିଲେ ଅପଡେଟ୍‌ ଡାଟା । ଏହାପରେ ରାତି ଅଧରେ ଆରମ୍ଭ କରୁଥିଲେ ନିଜ ଅପରେସନ୍‌। ପୂର୍ବରୁ ଟାର୍ଗେଟ କରୁଥିବା ଘର  କବାଟ, ଝରକା ତାଡ଼ି ଲୁଟି ନେଉଥିଲେ ସୁନା, […]

ctc

Niharika Rout
  • Published: Monday, 02 May 2022
  • , Updated: 02 May 2022, 02:45 PM IST

କଟକ(ଓଡ଼ିଶା ରିପୋର୍ଟର): ଲୁଟ୍‌ ପାଇଁ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ । ଏଥିପାଇଁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ବାଛୁଥିବା ବେଳେ ପୂର୍ବରୁ କରୁଥିଲେ ରେକି। କେଉଁ ଘରେ ତାଲା ଝୁଲୁଛି, କେଉଁ ଘରେ ଲୋକ ରହୁଥିଲେ ବି କେଉଁ ରୁମ୍‌ ଫାଙ୍କା ରହୁଛି, ସେ ସବୁ ବିଷୟରେ ସଂଗ୍ରହ କରୁଥିଲେ ଅପଡେଟ୍‌ ଡାଟା । ଏହାପରେ ରାତି ଅଧରେ ଆରମ୍ଭ କରୁଥିଲେ ନିଜ ଅପରେସନ୍‌। ପୂର୍ବରୁ ଟାର୍ଗେଟ କରୁଥିବା ଘର  କବାଟ, ଝରକା ତାଡ଼ି ଲୁଟି ନେଉଥିଲେ ସୁନା, ରୂପା ସହ ଟଙ୍କା । ଏପରିକି ଗୋଟିଏ ଗୋଟିଏ ରାତିରେ ଏକାଥରେ ୩ରୁ ୪ଟି ଲୁଟ୍‌ କରୁଥିଲେ।

କଟକ ପୁଲିସ୍‌ ଏପରି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିବା ବେଳେ ଏହାର ୪ ସଦସ୍ୟଙ୍କୁ ବାନ୍ଧିଛି । ଏହି ଗ୍ୟାଙ୍ଗର ସମୁଦାୟ ୬ ସଦସ୍ୟ ଥିବା ବେଳେ ୨ ଜଣଙ୍କ ପତ୍ତା ମିଳିପାରିନି। ଗିରଫ ସମସ୍ତ ଲୁଟେରାଙ୍କ  ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ପୁଲିସ୍‌ ୧୫୭ ଗ୍ରାମ ସୁନା, ୧୭୦ ଗ୍ରାମ ରୂପା, ୨ଟି ମୋବାଇଲ ଜବତ କରିଥିବା ବେଳେ ବୋଲେରୋ ସିଜ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ଜିଲ୍ଲାରେ ଲୁଟ୍‌ କରୁଥିବା ବେଳେ ମୁଖ୍ୟତଃ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପାରାଦୀପ, ଚୌଦ୍ୱାରରେ ଅଧିକ ଲୁଟତରାଜ ଘଟାଉଥିଲେ। ଚହଟା ଲେନ୍‌ରେ ସିରିଜ ଲୁଟ୍‌ ହୋଇଥିବା ନେଇ ଗତ ମାର୍ଚ୍ଚ ୯ ତାରିଖରେ ଏନେଇ ବିଡାନାସୀ ଥାନାରେ ମାମଲା ହୋଇଥିଲା।

କଟକ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରଥମେ ସାଇଣ୍ଟିଫିକ୍‌ ଟିମ୍‌, ଟେକନିକାଲ ଟିମ୍‌, ଡଗ ସ୍କ୍ୱାର୍ଡ ସହ  ଦ୍ୱାରା ଯାଞ୍ଚ କରାଯାଇଥିଲା। ଲୁଟେରାମାନେ ପ୍ରଥମେ ସ୍ଥାନୀୟ  ଅଞ୍ଚଳ ବୁଲି ଦେଖିଥିଲେ।  ଏହାପରେ ରାତିରେ ବୋଲେରୋରେ ଆସି ଯେଉଁ ରୁମ୍‌ରେ କେହି ଶୋଉ ନ ଥିଲେ ସେହି ରୁମ୍‌ର ଝରକା ତାଡ଼ି  ସୁନା ଗହଣା ଲୁଟି ନେଇଥିଲେ ବୋଲି ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା।

ଏହାପରେ ସୋଶାଲ ମିଡିଆରେ ଅପରାଧୀଙ୍କ ଫଟୋ ଛଡ଼ାଯିବା ସହ ବିଭିନ୍ନ ଜିଲ୍ଲା ବୁଲିଲେ କ୍ରାଇମ୍‌ ଟିମ୍‌ । ବହୁ  ଖୋଳତାଡ଼ ପରେ ଏଥିରେ ଏକ ୬ ଜଣିଆ ଟିମ୍‌ ସାମିଲ ଥିବା ପୁଲିସ୍‌ ଜାଣିପାରିଥିଲା।  ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ  ହୋଇଛି।

Related story