ସଂସ୍କୃତି ଓ ପର୍ଯ୍ୟଟନର ବିକାଶରେ ‘ବିଭାଗ’କୁ ଅଣଦେଖା: ମନ୍ତ୍ରୀ-ସଚିବ ଓ ପଦାଧିକାରୀ ଗାଏବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳା,ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ଓ ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ଦୁଇଟି ବିଭାଗ କାର୍ଯ୍ୟ କରୁଥିଲେ ମଧ୍ୟ ‘ଫାଇଭ-ଟି’ର ଚାପରେ ଏବେ ଏହି ଦୁଇ ବିଭାଗ ଅଲୋଡ଼ା ହୋଇପଡ଼ିଛି। ତଳସରୀ ଓ ଉଦୟପୁରରେ ପର୍ଯ୍ୟଟନ ବେଳାଭୂମିର ବିକାଶ ହେଉ ଅବା ପୁଣି ଓଡ଼ିଶାର କଳା-ସଂସ୍କୃତି ବିକାଶ ପାଇଁ ଧଉଳି ପାହାଡ଼ ପାଦଦେଶରେ ଧଉଳି ମହୋତ୍ସବ, ଆଜି କୌଣସି ସ୍ଥାନରେ ବିଭାଗୀୟ ପଦାଧିକାରୀ କିମ୍ବା ମନ୍ତ୍ରୀଙ୍କୁ ଦେଖିବାକୁ ମିଳୁନି। ଧଉଳି ମହୋତ୍ସବ ପାଇଁ ରାଜ୍ୟ […]

en

en

Hemant Lenka
  • Published: Monday, 10 February 2020
  • Updated: 11 February 2020, 08:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳା,ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ଓ ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ଦୁଇଟି ବିଭାଗ କାର୍ଯ୍ୟ କରୁଥିଲେ ମଧ୍ୟ ‘ଫାଇଭ-ଟି’ର ଚାପରେ ଏବେ ଏହି ଦୁଇ ବିଭାଗ ଅଲୋଡ଼ା ହୋଇପଡ଼ିଛି।

ତଳସରୀ ଓ ଉଦୟପୁରରେ ପର୍ଯ୍ୟଟନ ବେଳାଭୂମିର ବିକାଶ ହେଉ ଅବା ପୁଣି ଓଡ଼ିଶାର କଳା-ସଂସ୍କୃତି ବିକାଶ ପାଇଁ ଧଉଳି ପାହାଡ଼ ପାଦଦେଶରେ ଧଉଳି ମହୋତ୍ସବ, ଆଜି କୌଣସି ସ୍ଥାନରେ ବିଭାଗୀୟ ପଦାଧିକାରୀ କିମ୍ବା ମନ୍ତ୍ରୀଙ୍କୁ ଦେଖିବାକୁ ମିଳୁନି। ଧଉଳି ମହୋତ୍ସବ ପାଇଁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କିମ୍ବା ସରକାରଙ୍କ କୌଣସି ପ୍ରତିନିଧିଙ୍କୁ ସେଠାରେ ଦେଖିବାକୁ ମିଳିନାହିଁ।

ମିଳିଥିବା ସୂଚନା ଅନୁସାରେ, ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାରଙ୍କ ସହ ଭିତରକନିକା ଜାତୀୟ ପାର୍କ, ବାଲେଶ୍ୱରର ତଳସରୀ ଓ ଉଦୟପୁର ବେଳାଭୂମି ପରିଦର୍ଶନରେ ଯାଇ ସେହି ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ରାଜ୍ୟର ପର୍ଯ୍ୟଟନ ସହ ଜଡ଼ିତ ଥିବା ଏହି କାର୍ଯ୍ୟର ପ୍ରାକ୍ ପ୍ରସ୍ତୁତିରେ ବିଭାଗୀୟ ସଚିବ ବିଶାଳ ଦେବ କିମ୍ବା ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କୁ ଗୁରୁତ୍ୱ ଦିଆଯାଇନାହିଁ। କିମ୍ବା ସେମାନେ ମୁଖ୍ୟ ସଚିବ ଓ ଫାଇଭ-ଟି ସଚିବଙ୍କ ଗସ୍ତ ସମୟରେ ନିଜର ବିଭାଗ ସେସବୁ ସ୍ଥାନରେ କ’ଣ କରିିଛି ତାହା ଜଣାଇବାକୁ ଉପସ୍ଥିତ ବି ନଥିଲେ।

ସେହିପରି ଆଜି ଧଉଳି ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୬ତମ ଧଉଳି କଳିଙ୍ଗ ମହୋତ୍ସବ ଉଦଘାଟିତ ହୋଇଛି। ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଶାସ୍ତ୍ରୀୟ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୂର୍ଚ୍ଛନା ଝଙ୍କୁରିତ ହୋଇଛି । ଓଡ଼ିଶୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଓ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
ସେହିପରି ମହାରାଷ୍ଟ୍ରର ସନ୍ଥ ନାରୀକବୀ କାହ୍ନୋପାତ୍ରାଙ୍କ ଜୀବନୀ ଉପରେ ଆଧାରିତ ନୃତ୍ୟନାଟିକାକୁ କଥକ ନୃତ୍ୟ ଆକାରରେ ରାଜଶ୍ରୀ ସିର୍କେ ଓ ସାଥୀମାନେ ପରିବେଷଣ କରିଥିଲେ।

ତେବେ ପର୍ଯ୍ୟଟନ ଓ ସଂସ୍କୃତିର ବିକାଶ ପାଇଁ ଏହି କାର୍ଯ୍ୟକ୍ରମରେ ଉଭୟ ବିଭାଗର କୌଣସି ବରିଷ୍ଠ ପଦାଧିକାରୀ କିମ୍ବା ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା। ପର୍ଯ୍ୟଟନ ସଚିବ ବିଶାଳ ଦେବ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ମଧ୍ୟରୁ କେହି ଜଣେ ବି ଏହି ଧଉଳି ମହୋତ୍ସବରେ ଉପସ୍ଥିତ ନଥିଲେ। ଏହି ଧଉଳି ମହୋତ୍ସବକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍ ଉଦଘାଟନ କରିଥିବାବେଳେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରିୟମ୍ବଦା ମହାନ୍ତି, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ସଚିବ ଅରୁଣା ମହାନ୍ତି ଓ ଇଲିଆନା ସିତାରିଷ୍ଟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଦୁଇ ବିଭାଗ ସହ ଜଡ଼ିତ ଥିବା ପଦାଧିକାରୀଙ୍କୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅଘୋଷିତ ନିର୍ଦ୍ଦେଶ ଦେଇଛନ୍ତି ନା ଏହାପଛରେ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story