ଧୋଇ ହୋଇଗଲା କଲ୍ଭର୍ଟ, ଯୋଗାଯୋଗ ବିଚ୍ଛିନ୍ନ
- Published: Saturday, 21 July 2018
- , Updated: 21 July 2018, 11:44 AM IST
<p>ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ କୋଟଗଡ଼ ବ୍ଳକ୍‌ ଶ୍ରୀରାମପୁର ମୁଖ୍ୟ ରାସ୍ତାରେ ମଦାଙ୍ଗି ନିକଟରେ ଏକ କଲଭର୍ଟ ଧୋଇ ହୋଇଯାଇଛି। ଫଳରେ କୋଟଗଡ଼ରୁ ସୁବର୍ଣ୍ଣଗିରି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ ହୋଇଛି। <a href="">(image) </a></p>
<p>ସେହିପରି ବାଲିଗୁଡ଼ା ବ୍ଳକ୍‌ ଲଣ୍ଡା ଗାଁ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଲୋକ ପାଣି ଘେରରେ ରହିଛନ୍ତି। ତୁମୁଡିବନ୍ଧ, ରାଇକିଆ, କ.ନୂଆଗାଁ, ଦାରିଙ୍ଗିବାଡି ଓ ଜି.ଉଦୟଗିରି ଅଞ୍ଚଳରେ ବର୍ଷା ଲାଗି ରହିଛି।</p>