କଟକ-ଅନୁଗୁଳ ରାଜପଥରେ ଆତଙ୍କ ଖେଳାଇଲେ ହାତୀପଲ

କଟକ:ଜାତୀୟ ରାଜପଥ ଉପରେ ଜଙ୍ଗଲୀ ହାତୀଙ୍କ ରାଜ୍। କଟକ-ଅନୁଗୁଳ ୫୫ ନମ୍ବର  ଜାତୀୟ ରାଜପଥର ବାଳି ବଉଳ ଛକଠାରେ ଆଜି ଆତଙ୍କ ଖେଳାଇଥିଲେ ୮ଟି ଜଙ୍ଗଲୀ ହାତୀ। ଆଠଗଡ଼ ଖୁଣ୍ଟୁଣି ବନାଞ୍ଚଳରୁ ଚାଲି ଆସିଥିବା ଏହି ହାତୀପଲ ଆଜି ମଧ୍ୟାହ୍ନରେ  ଦୀର୍ଘ ସମୟ ଧରି ରାଜପଥ ଉପରୁ ହଟି ନଥିଲେ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ  ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିଲା। ପରେ ବନବିଭାଗ କର୍ମଚାରୀ ହାତୀମାନଙ୍କୁ ଘଉଡ଼ାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ […]

elephant 11

Rakesh Mallick
  • Published: Sunday, 14 May 2017
  • , Updated: 14 May 2017, 08:24 PM IST

କଟକ:ଜାତୀୟ ରାଜପଥ ଉପରେ ଜଙ୍ଗଲୀ ହାତୀଙ୍କ ରାଜ୍। କଟକ-ଅନୁଗୁଳ ୫୫ ନମ୍ବର  ଜାତୀୟ ରାଜପଥର ବାଳି ବଉଳ ଛକଠାରେ ଆଜି ଆତଙ୍କ ଖେଳାଇଥିଲେ ୮ଟି ଜଙ୍ଗଲୀ ହାତୀ। ଆଠଗଡ଼ ଖୁଣ୍ଟୁଣି ବନାଞ୍ଚଳରୁ ଚାଲି ଆସିଥିବା ଏହି ହାତୀପଲ ଆଜି ମଧ୍ୟାହ୍ନରେ  ଦୀର୍ଘ ସମୟ ଧରି ରାଜପଥ ଉପରୁ ହଟି ନଥିଲେ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ  ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିଲା। ପରେ ବନବିଭାଗ କର୍ମଚାରୀ ହାତୀମାନଙ୍କୁ ଘଉଡ଼ାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Related story