କଟକ: କଟକ ବଡ ମେଡିକାଲରେ ୩ ମହଲା ଛାତରୁ ପଡି ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତା ମହିଳା ଜଣଙ୍କ ହେଲେ ଢେଙ୍କାନାଳର ଆରତୀ ଜଟ । ଶନିବାର ରାତି ପ୍ରାୟ ୩ଟା ବେଳେ ରୋଗୀ ଜଣକ ୱାର୍ଡରୁ ଟୟଲେଟ ଯିବା ସମୟରେ ଖସି ପଡିବାରୁ ଘଟଣା ସ୍ଥଳରେ ତାଭ୍କର ମୃତ୍ୟୁ ହୋଇଯାଇଥିଲା । ନେଫ୍ରୋଲୋଜି ବିଭାଗ ନିକଟରେ ନିର୍ମାଣାଧୀନ ଛାତ ଖୋଲା ଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ରବିବାର ସକାଳୁ ଏ ସମ୍ପର୍କରେ ମେଡିକାଲ ଫାଣ୍ଡି ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏହି ଦୁର୍ଘଟଣା ପାଇଁ ଆର୍ ଆଣ୍ଡ ବି ବିଭାଗର ଅଧିକାରୀଙ୍କୁ ଦାୟୀ କରାଯିବା ସହ ସମ୍ପୃକ୍ତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହେଉଛି । ଏହି ଘଟଣାର ତଦନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରମ୍ଭ କରାଯାଇଛି । ଏଥିପାଇଁ ଏକ କମିଟି ଗଠନ କରାଯାଇଥିବା ଏସସିବି ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । କଟକ ବଡ ମେଡିକାଲରେ ବାରମ୍ବାର ଅଘଟଣ ଘଟିବାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଅଘଟଣ ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଞ୍ଚଲ୍ୟ; ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Miscellaneous
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜଧାନୀରେ ଜମିଲାଣି ଭିଭିଆଇପିଙ୍କ ଭିଡ଼
। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି। ଆସିବା ଆଗରୁ ପ୍ରଧାନମନ୍ତ୍ରୀ ସୋଶାଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି।
Events & Festivals
ଆଜିଠୁ ପ୍ରବାସୀ ଭାରତୀୟ ସମ୍ମେଳନ, ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମଇଦାନ
ଆଜି ଯୁବ ସମାବେଶରୁ ଆରମ୍ଭ ହେବ ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧନ କରିବେ ବୈଦେଶିକ ବ୍ୟାପାର ଏବଂ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ।
Events & Festivals
ମୁଖ୍ୟମନ୍ତ୍ରୀଙ୍କ ଅପିଲ: ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରନ୍ତୁ, ଶ୍ରେଷ୍ଠ ଅନୁଭୂତି ଦିଅନ୍ତୁ
ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ କେନ୍ଦ୍ର ବୈଦେଶିକ ବ୍ୟାପାର ସଚିବ ଅରୁଣ କୁମାର ଚାଟାର୍ଜୀ କହିଛନ୍ତି ଯେ, ଯୁବ ସମାବେଶରୁ ୩ଦିନିଆ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆରମ୍ଭ ହେବ । ଭାରତ ସରକାରଙ୍କ ପୂର୍ବୋଦୟ ବିକାଶ ଯୋଜନା ଅନୁସାରେ ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୧୮ତମ ସଂସ୍କରଣ ଆୟୋଜନ କରାଯାଇଛି ।