କଟକ ବଡ ମେଡିକାଲରେ  ଛାତରୁ ପଡି ମହିଳା ରୋଗୀ ମୃତ

କଟକ: କଟକ ବଡ ମେଡିକାଲରେ ୩ ମହଲା ଛାତରୁ ପଡି ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତା ମହିଳା ଜଣଙ୍କ ହେଲେ ଢେଙ୍କାନାଳର ଆରତୀ ଜଟ । ଶନିବାର ରାତି ପ୍ରାୟ ୩ଟା ବେଳେ ରୋଗୀ ଜଣକ ୱାର୍ଡରୁ ଟୟଲେଟ ଯିବା ସମୟରେ ଖସି ପଡିବାରୁ ଘଟଣା ସ୍ଥଳରେ ତାଭ୍କର ମୃତ୍ୟୁ ହୋଇଯାଇଥିଲା । ନେଫ୍ରୋଲୋଜି ବିଭାଗ ନିକଟରେ ନିର୍ମାଣାଧୀନ ଛାତ ଖୋଲା ଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ରବିବାର ସକାଳୁ […]

ctc

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 07:40 AM IST

କଟକ: କଟକ ବଡ ମେଡିକାଲରେ ୩ ମହଲା ଛାତରୁ ପଡି ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତା ମହିଳା ଜଣଙ୍କ ହେଲେ ଢେଙ୍କାନାଳର ଆରତୀ ଜଟ । ଶନିବାର ରାତି ପ୍ରାୟ ୩ଟା ବେଳେ ରୋଗୀ ଜଣକ ୱାର୍ଡରୁ ଟୟଲେଟ ଯିବା ସମୟରେ ଖସି ପଡିବାରୁ ଘଟଣା ସ୍ଥଳରେ ତାଭ୍କର ମୃତ୍ୟୁ ହୋଇଯାଇଥିଲା । ନେଫ୍ରୋଲୋଜି ବିଭାଗ ନିକଟରେ ନିର୍ମାଣାଧୀନ ଛାତ ଖୋଲା ଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ରବିବାର ସକାଳୁ ଏ ସମ୍ପର୍କରେ ମେଡିକାଲ ଫାଣ୍ଡି ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏହି ଦୁର୍ଘଟଣା ପାଇଁ ଆର୍ ଆଣ୍ଡ ବି ବିଭାଗର ଅଧିକାରୀଙ୍କୁ ଦାୟୀ କରାଯିବା ସହ ସମ୍ପୃକ୍ତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହେଉଛି । ଏହି ଘଟଣାର ତଦନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରମ୍ଭ କରାଯାଇଛି । ଏଥିପାଇଁ ଏକ କମିଟି ଗଠନ କରାଯାଇଥିବା ଏସସିବି ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । କଟକ ବଡ ମେଡିକାଲରେ ବାରମ୍ବାର ଅଘଟଣ ଘଟିବାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଅଘଟଣ ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି।

Related story