‘ଦୁର୍ଗା ପୂଜା ନହେଲେ ୫୦୦ ବର୍ଷର ପରମ୍ପରା ଭାଙ୍ଗିଯିବ’

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟରେ ଆବେଦନ ହୋଇଛି। କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟରେ ଏହି ଆବେଦନ କରିଛି। ପୂଜା କମିଟି ପକ୍ଷରୁ କୁହାଯାଇଛି ଯେ, ଏଠାରେ ୫ ଶହ ବର୍ଷ ହେଲାଣି ଦୁର୍ଗାପୂଜା ଚାଲି ଆସିଛି। ଏ ବର୍ଷ ଯଦି ପୂଜା କରାନଯାଏ ତେବେ ଏହି ପରମ୍ପରା ଭଙ୍ଗ ହୋଇଯିବ। ପରମ୍ପରା ରକ୍ଷା ପାଇଁ ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। କୋଭିଡ୍‌ କଟକଣା ପାଳନ […]

durgapuja-in

Manoranjan Sial
  • Published: Tuesday, 25 August 2020
  • , Updated: 25 August 2020, 04:56 PM IST

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟରେ ଆବେଦନ ହୋଇଛି। କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟରେ ଏହି ଆବେଦନ କରିଛି। ପୂଜା କମିଟି ପକ୍ଷରୁ କୁହାଯାଇଛି ଯେ, ଏଠାରେ ୫ ଶହ ବର୍ଷ ହେଲାଣି ଦୁର୍ଗାପୂଜା ଚାଲି ଆସିଛି।

ଏ ବର୍ଷ ଯଦି ପୂଜା କରାନଯାଏ ତେବେ ଏହି ପରମ୍ପରା ଭଙ୍ଗ ହୋଇଯିବ। ପରମ୍ପରା ରକ୍ଷା ପାଇଁ ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। କୋଭିଡ୍‌ କଟକଣା ପାଳନ କରି ପୂଜା କରିବାକୁ ଆବେଦନରେ ଦର୍ଶାଇଛି କଟକ ବାଲୁବଜାର ପୂଜା କମିଟି।

ମହାମାରୀ କରୋନା ପାଇଁ ସାମୁହିକ ଗଣେଶ ପୂଜା ହୋଇପାରିଲା ନାହିଁ। ତେବେ କଟକ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ସସ୍‌ପେନ୍ସ ଲାଗି ରହିଛି। ଗତ ଦୁଇ ଦିନର କରୋନା ସ୍ଥିତିକୁ ଦେଖିଲେ ଚଳିତବର୍ଷ ଦୁର୍ଗା ପୂଜା ହେଲା ପରି ଲାଗୁ ନାହିଁ। ଯାହାକୁ ନେଇ କଟକର ବିଭିନ୍ନ ପୂଜା କମିଟି ଚିନ୍ତାରେ ପଡ଼ିଯାଇଛି। ତେବେ ବିଧି ରକ୍ଷା ପାଇଁ ଦୁର୍ଗା ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରି ବାଲୁ ବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story