କଟକ: ବାଙ୍କି ଅଞ୍ଚଳରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କଟକ: ବୈଦେଶ୍ୱର ଥାନା ଅନ୍ତର୍ଗତ ପଣ୍ଡାଳମ-ପାଣିକୋରଡ଼ ରାସ୍ତାରୁ ମଙ୍ଗଳବାର ପୋଳିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦହ ଉଦ୍ଧାର କରିଛି । ମୃତା ମହିଳାଙ୍କ ମୁଣ୍ଡରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିବା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳକୁ ଅନୁସନ୍ଧାନ ଚଳାଇଛି। ପଣ୍ଡାଳମ-ପାଣିକୋରଡ଼ ରାସ୍ତରେ ମହିଳାଙ୍କ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମହିଳା ଜଣଙ୍କ ଦୁଇଦିନ ହେଲା ଆଖପାଖ ଅଞ୍ଚଳରେ ଅନ୍ୟ […]

firing

Rakesh Mallick
  • Published: Tuesday, 02 June 2015
  • , Updated: 02 June 2015, 01:51 PM IST

କଟକ: ବୈଦେଶ୍ୱର ଥାନା ଅନ୍ତର୍ଗତ ପଣ୍ଡାଳମ-ପାଣିକୋରଡ଼ ରାସ୍ତାରୁ ମଙ୍ଗଳବାର ପୋଳିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦହ ଉଦ୍ଧାର କରିଛି । ମୃତା ମହିଳାଙ୍କ ମୁଣ୍ଡରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିବା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳକୁ ଅନୁସନ୍ଧାନ ଚଳାଇଛି। ପଣ୍ଡାଳମ-ପାଣିକୋରଡ଼ ରାସ୍ତରେ ମହିଳାଙ୍କ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମହିଳା ଜଣଙ୍କ ଦୁଇଦିନ ହେଲା ଆଖପାଖ ଅଞ୍ଚଳରେ ଅନ୍ୟ ଜଣେ ବ୍ୟକ୍ତି ଓ ପାଞ୍ଚ ଛଅ ବର୍ଷର ବାଳକ ସହ ବୁଲୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେ ବଙ୍ଗଳା ମିଶା ଓଡିଆ ଭାଷାରେ କଥା ହେଉଥିଲେ। ମହିଳାଙ୍କ ମୃତଦେହ ମିଳିବା ପରଠାରୁ ସମ୍ପୃକ୍ତ ବ୍ୟକ୍ତି କିମ୍ୱା ପିଲାର ଖୋଜଖବର ମିଳୁନାହିଁ।

Related story