ଛିଡ଼ି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାଳକ ମୃତ

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି  ଜଣେ ନାବାଳକର ମୃତ୍ୟୁ ଘଟିଛି। ତା ନାଁ ଶଙ୍କର ନାୟକ (୧୦)। ଗାଁର ନବ ନାୟକଙ୍କ ପୁଅ ଶଙ୍କର ଗତକାଲି  ଶୌଚ ପାଇଁ ବିଲକୁ ଯାଇଥିବା ବେଳେ ଘୂର୍ଣ୍ଣିଝଡ଼ରେ ଛିଡ଼ି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଠାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାର ପତ୍ତା ପାଇ ନ ଥିଲେ।  ଆଜି […]

boy-dead

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 11:46 AM IST

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି  ଜଣେ ନାବାଳକର ମୃତ୍ୟୁ ଘଟିଛି। ତା ନାଁ ଶଙ୍କର ନାୟକ (୧୦)।

ଗାଁର ନବ ନାୟକଙ୍କ ପୁଅ ଶଙ୍କର ଗତକାଲି  ଶୌଚ ପାଇଁ ବିଲକୁ ଯାଇଥିବା ବେଳେ ଘୂର୍ଣ୍ଣିଝଡ଼ରେ ଛିଡ଼ି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଠାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାର ପତ୍ତା ପାଇ ନ ଥିଲେ।  ଆଜି ସକାଳେ ଶଙ୍କରର ମୃତଦେହ ବିଲ ଭିତରେ ପଡ଼ିଥିବା ଗାଁର କିଛି ଲୋକେ ଦେଖିବାକୁ ପାଇଥିଲେ। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଶଙ୍କରର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ତାଳବସ୍ତ-ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ବାଙ୍କୀ ଥାନା ପୋଲିସ୍ ଓ ଡମପଡ଼ା ଅତିରିକ୍ତ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ତେଜନା କମି ନ ଥିଲା। ତେବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ପଚାଶ ହଜାର ଟଙ୍କା ଓ ରେଡ଼କ୍ରସରୁ ଦଶ ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା।

Related story