କଟକ: ବିଗ୍ ବଜାରରୁ ୮୦ ଓ  ରିଲାଏନ୍ସ ଫ୍ରେସ୍‌ରୁ ୧୯ କୁଇଣ୍ଟାଲ ଡାଲି ଜବତ

କଟକ: ଡାଲି ବେଆଇନ ଭାବେ ମହଜୁଦ ରଖିବା ଓ ଚଢା ଦରରେ ବିକ୍ରି କରିବା ଅଭିଯୋଗରେ ଆଜି କଟକ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଛି। କଟକ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ରଙ୍କ ନିର୍ଦ୍ଦେଶ ଓ ସହକାରୀ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ସହର ପ୍ରମୁଖ ମଲ୍ ଉପରେ ଚଢାଉ କରିଥିଲେ। ଚଢାଉ ସମୟରେ ମଲ୍‌ରେ ମହଜୁଦ୍ ଥିବା ଡାଲିର ପରିମାଣ ଏବଂ ଖାଉଟିଙ୍କୁ […]

DALI

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 09:02 PM IST

କଟକ: ଡାଲି ବେଆଇନ ଭାବେ ମହଜୁଦ ରଖିବା ଓ ଚଢା ଦରରେ ବିକ୍ରି କରିବା ଅଭିଯୋଗରେ ଆଜି କଟକ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଛି।

କଟକ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ରଙ୍କ ନିର୍ଦ୍ଦେଶ ଓ ସହକାରୀ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ସହର ପ୍ରମୁଖ ମଲ୍ ଉପରେ ଚଢାଉ କରିଥିଲେ। ଚଢାଉ ସମୟରେ ମଲ୍‌ରେ ମହଜୁଦ୍ ଥିବା ଡାଲିର ପରିମାଣ ଏବଂ ଖାଉଟିଙ୍କୁ ତାହା କେତେ ଦରରେ ବିକ୍ରି କରାଯାଉଛି ତାହା ଯାଞ୍ଚ କରାଯାଇଥିଲା। ଚଢାଉ ସମୟରେ ବିଗ୍ ବଜାରରୁ ୮୦ କୁଇଣ୍ଟାଲ ୮୦ କେଜି ଓ ରିଲାଏନ୍ସ ଫ୍ରେସ୍‌ରୁ ୧୯ କୁଇଣ୍ଟାଲ ଡାଲି ମିଳିଥିଲା। କେବଳ ମଲ୍ ନୁହେଁ ବରଂ ଗୋଦାମ ଓ ଖୁଚୁରା ବିକ୍ରେତାଙ୍କ ଦୋକାନ ଉପରେ ମଧ୍ୟ ଏହି ଚଢାଉ ନିୟମିତ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।

Related story