ଅବଦୁର ରେହମାନ ଭାଇ ଗୁଳିକାଣ୍ଡ ମାମଲାରେ ୮ ଗିରଫ

କଟକ(ଓଡିଶା ରିପୋର୍ଟର): କଟକ ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଭାଇ ସେକ୍ ତାହିରକୁ ଗୁଳିମାଡ଼ ଘଟଣାରେ ୮ ଗିରଫ।  ସମସ୍ତ ଅଭିଯୁକ୍ତ ଟିଟୋ ଗ୍ୟାଙ୍ଗର ସଦସ୍ୟ। ଟେଣ୍ଡର ଫିକ୍ସିଂ ନେଇ ଗତ ୨୯ରେ ଜଗତପୁରରେ ତାହିରକୁ ଗୁଳିମାଡ଼ ହୋଇଥିଲା।

ଗତକାଲି କଟକ ଚାଉଳିଆଗଞ୍ଜରେ ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ସେମାନେ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟଙ୍କୁ ଜେରାବେଳେ ସେମାନେ ରେହମାନର ଭାଇ ତାହିରକୁ ଗୁଳିମାଡ଼ରେ ସଂପୃକ୍ତ ଥିବା ପ୍ରକାଶ କରିଛନ୍ତି। ତାଙ୍କ ପାଖରୁ ଗୋଟେ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରାଯାଇଛି। ଆହତ ଅବସ୍ଥାରେ ଦୁଇ ଜଣଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ବୟାନକୁ ଭିତ୍ତିକରି ଅନ୍ୟମାନଙ୍କୁ ଆଜି ଗିରଫ କରାଯାଇଛି।