ପୂର୍ବତନ ବିଧାୟକ ରାଜକିଶୋର ରାମଙ୍କ ପରଲୋକ

କଟକ: ପୂର୍ବତନ ବିଧାୟକ ରାଜକିଶୋର ରାମଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ କଟକର ଏକ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ପ୍ରାୟ ୩ଟା ବେଳେ ତାଙ୍କର ପରଲୋକ ହୋଇଥିଲା। ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଓ ଚୌଦ୍ୱାର କଲେଜକୁ ନିଆଯାଇଥିଲା। ସେ ଟାଙ୍ଗୀ-ଚୌଦ୍ୱାର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

mla

Rakesh Mallick
  • Published: Tuesday, 14 February 2017
  • , Updated: 14 February 2017, 12:13 PM IST

Related story