କଟକ: ଫିଲ୍ମ ପ୍ରଯୋଜକ ଯଶୋବନ୍ତ ଦେବତାଙ୍କ ଘରୁ ଲୁଟ୍

କଟକ: କଟକରେ ପୁଣି ଡକାୟତି ଅଭିଯୋଗ। ବିଚାରପତିଙ୍କ ପରେ ଏବେ ଟାର୍ଗେଟରେ ଥିଲେ ସିନେ ପ୍ରଯୋଜକ। ମଧୁପାଟଣା ଅଞ୍ଚଳରେ ରହୁଥିବା ସିନେ ପ୍ରଯୋଜକ ଯଶୋବନ୍ତ ଦେବତାଙ୍କ ଘରୁ ପ୍ରାୟ ୨୫ଭରି ଓଜନର ସୁନା ଅଳଙ୍କାର ସହ ୪ ରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଯଶୋବନ୍ତ ଦେବତାଙ୍କ ଘର ଲୋକଙ୍କ ହାତ ଗୋଡ ବାନ୍ଧି ଏହି ଲୁଟ କରିଥିଲେ ଡକାୟତ। ପୁରା ଘଟଣା ଥିଲା ଏହି ପରି। ଗତକାଲି ରାତି ପ୍ରାୟ ୨ ଟା ୩୦ […]

cuttack

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 01:51 PM IST

କଟକ: କଟକରେ ପୁଣି ଡକାୟତି ଅଭିଯୋଗ। ବିଚାରପତିଙ୍କ ପରେ ଏବେ ଟାର୍ଗେଟରେ ଥିଲେ ସିନେ ପ୍ରଯୋଜକ। ମଧୁପାଟଣା ଅଞ୍ଚଳରେ ରହୁଥିବା ସିନେ ପ୍ରଯୋଜକ ଯଶୋବନ୍ତ ଦେବତାଙ୍କ ଘରୁ ପ୍ରାୟ ୨୫ଭରି ଓଜନର ସୁନା ଅଳଙ୍କାର ସହ ୪ ରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଯଶୋବନ୍ତ ଦେବତାଙ୍କ ଘର ଲୋକଙ୍କ ହାତ ଗୋଡ ବାନ୍ଧି ଏହି ଲୁଟ କରିଥିଲେ ଡକାୟତ। ପୁରା ଘଟଣା ଥିଲା ଏହି ପରି। ଗତକାଲି ରାତି ପ୍ରାୟ ୨ ଟା ୩୦ ମିନିଟ। ଯଶୋବନ୍ତ ଦେବତା ସ୍ତ୍ରୀ ଶୁଭାଶିନି ପ୍ରହରାଜ ଓ ତାଙ୍କ ପୁଅ ଯଯାତି ଦେବତା ଗୋଟିଏ ରୁମରେ ଏକାଠି ଶୋଇଥିଲେ। ଏତିକି ବେଳେ ଘର ପଛପଟ ଝରକାକୁ ତାଡି ଭିତରକୁ ପଶିଥିଲେ ପ୍ରାୟ ୬ରୁ ୭ ଜଣ ଡକାୟତ। ଏହା ପରେ ଡକାୟତମାନେ ଭିତର ପଟୁ ବନ୍ଦ ଥିବା ଶୋଇବା ଘର କବାଟକୁ ଖୋଲିବାପାଇଁ ପରିବାର ସଦସ୍ୟଙ୍କୁ କହିଥିଲେ। ମାତ୍ର କେହି କବାଟ ନ ଖୋଲିବାରୁ ସେମାନେ କବାଟ ଭାଙ୍ଗି ଘରେ ପଶିଯାଇଥିଲେ। ଯୋଜନାବଦ୍ଧ ଭାବେ ଦୁଇ ଜଣ ଘରେ ଥିବା ସମସ୍ତ ମୋବାଇଲ ଫେ।ନକୁ ସଂଗ୍ରହ କରିନେଇଥିଲେ। ଅନ୍ୟମାନେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ। ଏମିତି ଫିଲ୍ମ ଷ୍ଟାଇଲରେ ଚାଲିଥିଲା ଲୁଟ। ଥାନା ଠାରୁ ମାତ୍ର ୨ଶହ ମିଟର ଦୁରରେ ଥିବା ଏକ ଘରେ ଡକାୟତମାନେ ପ୍ରାୟ୪୫ ମିନିଟ ଧରି ଏହି ଲୁଟତରାଜ କରିଥିଲେ। ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍ ଫିଙ୍ଗର ପ୍ରିଣ୍ଟ୍ ସଂଗ୍ରହ କରିବା ସହ ସନ୍ଧାନି କୁକୁରଙ୍କ ସହାୟତାରେ ଘଟଣାର ଅନୁସନ୍ଧାନ କରୁଛି।

 

Related story