ବଡ଼ ଡାକ୍ତରଖାନାରେ ବଡ଼ ହେରଫେର: ବନ୍ଧା ହେଲେ ଡାକ୍ତରାଣୀ

କଟକ: କଟକ ବଡ଼ ମେଡିକାଲ କଲେଜ ମହିଳା ଡାକ୍ତର ଗିରଫ। ହେମାଟୋଲୋଜି ଡାକ୍ତର ସୁଧା ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ସକାଳେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ରୋଗୀ ଚିକିତ୍ସା ପାଣ୍ଠି ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ବିଭାଗୀୟ ମୁଖ୍ୟ ଡାକ୍ତର ରବୀନ୍ଦ୍ର ଜେନାଙ୍କ ସହଯୋଗୀ। ରବୀନ୍ଦ୍ରଙ୍କୁ ମଧ୍ୟ ଭିଜିଲାନ୍ସ ଖୋଜୁଛି। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଡାକ୍ତର ସୁଧା ସେଠୀଙ୍କ […]

handcuff

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 05:13 PM IST

କଟକ: କଟକ ବଡ଼ ମେଡିକାଲ କଲେଜ ମହିଳା ଡାକ୍ତର ଗିରଫ। ହେମାଟୋଲୋଜି ଡାକ୍ତର ସୁଧା ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ସକାଳେ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା।

ରୋଗୀ ଚିକିତ୍ସା ପାଣ୍ଠି ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ବିଭାଗୀୟ ମୁଖ୍ୟ ଡାକ୍ତର ରବୀନ୍ଦ୍ର ଜେନାଙ୍କ ସହଯୋଗୀ। ରବୀନ୍ଦ୍ରଙ୍କୁ ମଧ୍ୟ ଭିଜିଲାନ୍ସ ଖୋଜୁଛି। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଡାକ୍ତର ସୁଧା ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେହିପରି ରବୀନ୍ଦ୍ରଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ବିଭିନ୍ନ ଔଷଧ କଂପାନୀରୁ ଲାଭବାନ ହୋଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଏନେଇ  ତଦନ୍ତ ଜାରି ରହିଛି। ରବୀନ୍ଦ୍ର ଜେନାଙ୍କର ୩ କୋଟିରୁ ଊର୍ଦ୍ଧ୍ୱ ସଂପତ୍ତି ଭଜିଲାନ୍ସ ଠାବ କରିଥିବା ବେଳେ ସେ ୨୦ରୁ ଅଧିକ ଦେଶ ଭ୍ରମଣରେ ଯାଇଛନ୍ତି। ସେ ନିଜ ଖର୍ଚ୍ଚରେ ଏସବୁ ଦେଶକୁ ଯାଇଥିଲେ ନା ଔଷଧ କଂପାନୀ ଅର୍ଥରେ ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି।

Related story