ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲେଡି ଡନ୍‌! ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଜେଲ ଜୀବନ ବିତାଉଥିବା କୁଖ୍ୟାତ୍‌ ଗ୍ୟାଙ୍ଗ ଷ୍ଟର ଡି-ବ୍ରଦର୍ସଙ୍କ ସହ କ୍ରାଇମ୍ ଲିଙ୍କ୍ ଥିବା ଅଭିଯୋଗରେ କମିସନରେଟ ପୁଲିସ ଗତ ବୁଧବାର କଟକ ମହାନଗର ନିଗମର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଗିରଫ କରିଛି। ସିଏମ୍‌ସିର ୭ ନମ୍ବର ଓ୍ୱାର୍ଡର ବିଜେଡି କର୍ପୋରେଟର ରଂଜିତାଙ୍କ ବିରୋଧରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ମିଳିଥିବା ସୂଚନା ଅନୁସାରେ ଧଳ ସାମନ୍ତ ବ୍ରଦର୍ସଙ୍କ ପାଇଁ ରଂଜିତା ଜଣେ ସହଯୋଗୀ ଭାବରେ କାମ କରୁଥିଲେ। ଡି- ବ୍ରଦର୍ସଙ୍କ ଟାର୍ଗେଟ୍‌ରେ […]

dion

Rakesh Mallick
  • Published: Saturday, 10 March 2018
  • , Updated: 10 March 2018, 06:18 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଜେଲ ଜୀବନ ବିତାଉଥିବା କୁଖ୍ୟାତ୍‌ ଗ୍ୟାଙ୍ଗ ଷ୍ଟର ଡି-ବ୍ରଦର୍ସଙ୍କ ସହ କ୍ରାଇମ୍ ଲିଙ୍କ୍ ଥିବା ଅଭିଯୋଗରେ କମିସନରେଟ ପୁଲିସ ଗତ ବୁଧବାର କଟକ ମହାନଗର ନିଗମର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଗିରଫ କରିଛି। ସିଏମ୍‌ସିର ୭ ନମ୍ବର ଓ୍ୱାର୍ଡର ବିଜେଡି କର୍ପୋରେଟର ରଂଜିତାଙ୍କ ବିରୋଧରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ମିଳିଥିବା ସୂଚନା ଅନୁସାରେ ଧଳ ସାମନ୍ତ ବ୍ରଦର୍ସଙ୍କ ପାଇଁ ରଂଜିତା ଜଣେ ସହଯୋଗୀ ଭାବରେ କାମ କରୁଥିଲେ।

ଡି- ବ୍ରଦର୍ସଙ୍କ ଟାର୍ଗେଟ୍‌ରେ ଥିବା ୪ ଜଣଙ୍କୁ ହତ୍ୟା ପାଇଁ ସୁପାରୀ କିଲରକୁ ରଞ୍ଜିତା ୩ଟି ମାଉଜର ଓ ୬୦ ରାଉଣ୍ଡ ଗୁଳି ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଗିରଫ ପରେ ରଞ୍ଜିତାଙ୍କୁ  ଦଳରୁ ବିଦା କରାଯାଇଛି। ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ରଞ୍ଜିତା ଠିଆ ହୋଇଥିବା ଏକ ଫଟୋ ଭାଇରାଲ ହେଉଛି। ନିକଟରେ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ରଞ୍ଜିତା ହାତ ଯୋଡ଼ି ଠିଆ ହୋଇଛନ୍ତି।

ବୋଧହୁଏ ଏହା ତାଙ୍କର ପ୍ରଚାର ବେଳର ଫଟୋ ହୋଇଥାଇପାରେ। ତେବେ ସେତେବେଳେ ରଞ୍ଜିତା କୌଣସି ଅପରାଧରେ ଜଡ଼ିତ ଥିଲେ କି ନାହିଁ ଜଣାପଡ଼ି ନାହିଁ।  ହେଲେ ଏହି ଫଟୋଟି  ରଞ୍ଜିତା ଗିରଫ ପୂର୍ବରୁ ବୋଲି ଜଣାପଡ଼ିଛି ।

ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଛି।  ସୂଚନା ଅନୁଯାୟୀ, ରଂଜିତା ଗତ ଥର ମହାନଗର ନିଗମ ନିର୍ବାଚନରେ ବିଜୁ ଜନତା ଦଳରୁ ଛିଡ଼ା ହୋଇ କଟକ ୭ ନମ୍ବର ଓ୍ଵାର୍ଡରୁ ବିଜୟୀ ହୋଇଥିଲେ। ତାଙ୍କ ବିଜୟ ପଛରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ନେଇ ଖୁବ୍‌ ଚର୍ଚ୍ଚା ହୁଏ। କିନ୍ତୁ ଗତ କିଛି ମାସ ହେବ ବିଧାୟକ ସାମନ୍ତରାୟ ଓ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା।

Related story