ତାଳଦଣ୍ଡା କେନାଲରେ ଦେଢ଼ କିମି ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ଯୋବ୍ରା ରିଙ୍ଗରୋଡଠୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କୋନାଲ ଉପରେ ଦେଢ଼କମି ଲମ୍ବ ରାସ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ଏହି କେନାଲ ରାସ୍ତାକୁ ୧୪କୋଟି ଟଙ୍କା ବ୍ୟୟରେ ୭ମାସ ମଧ୍ୟରେ ନିର୍ମାଣ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ବିସ୍ଥାପିତ ହୋଇଥିବା ୬୦୦ ପରିବାରକୁ ଉପଯୁକ୍ତ ଭାବେ […]

navee

Manoranjan Sial
  • Published: Saturday, 10 October 2020
  • , Updated: 10 October 2020, 10:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ଯୋବ୍ରା ରିଙ୍ଗରୋଡଠୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କୋନାଲ ଉପରେ ଦେଢ଼କମି ଲମ୍ବ ରାସ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ଏହି କେନାଲ ରାସ୍ତାକୁ ୧୪କୋଟି ଟଙ୍କା ବ୍ୟୟରେ ୭ମାସ ମଧ୍ୟରେ ନିର୍ମାଣ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ବିସ୍ଥାପିତ ହୋଇଥିବା ୬୦୦ ପରିବାରକୁ ଉପଯୁକ୍ତ ଭାବେ ଥଇଥାନ କରାଯାଇଛି। ଏହି ରାସ୍ତା ଯୋଗୁ ଏସସିବି ମେଡିକାଲ କଲେଜକୁ ରାଜ୍ୟର ବିଭିନ୍ନ ଅଂଚଳରୁ ଲୋକମାନେ କୌଣସି ଟ୍ରାଫିକ ସମସ୍ୟାର ସମ୍ମୁଖୀନ ନହୋଇ ଆସିପାରିବେ ଓ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଏହି ରାସ୍ତା ସମେତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ମଧ୍ୟ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଗାମୀ ଦିନରେ ଜନସାଧାରଣଙ୍କ ମତାମତକୁ ଭିତ୍ତିକରି ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ସ୍ଥିତ ରାସ୍ତାକୁ ଆହୁରି ସମ୍ପ୍ରସାରଣ କରାଯିବ। ଏଥିପାଇଁ ବିସ୍ଥାପିତ ହେଉଥିବା ଲୋକମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବେ ଥଇଥାନ କରାଯିବ। ଏସସିବି ମେଡିକାଲ କଲେଜ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇ ଦେଉଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ଲୋକମାନେ ଏହା ଉପରେ ନିର୍ଭରଶୀଳ ରହିଛନ୍ତି ଓ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହି ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସର ସ୍ଥାନୀୟ ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story