ନେତାଜୀଙ୍କ ନାଁରେ ନିର୍ମାଣ ହେବ ନୂଆ ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଖାନନଗରରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଯାହାର ନାଁ ରଖାଯାଇଛି ନେତାଜୀ ସୁଭାଷ ବୋଷ ବସ୍ ଟର୍ମିନାଲ। ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ବସ୍‌ ଟର୍ମିନାଲ୍‌ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ବୁଧବାର ବସିଥିବା ବୈଠକରେ ଟର୍ମିନାଲର ରୂପରେଖ ସଂପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ବସ୍‌ ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ ପାଇଁ ହେବ କିଓସ୍କ। ଟର୍ମିନାଲର ବିଭିନ୍ନ ସ୍ଥାନରେ […]

cuttack

Manoranjan Sial
  • Published: Wednesday, 13 January 2021
  • , Updated: 13 January 2021, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଖାନନଗରରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଯାହାର ନାଁ ରଖାଯାଇଛି ନେତାଜୀ ସୁଭାଷ ବୋଷ ବସ୍ ଟର୍ମିନାଲ। ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ବସ୍‌ ଟର୍ମିନାଲ୍‌ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ବୁଧବାର ବସିଥିବା ବୈଠକରେ ଟର୍ମିନାଲର ରୂପରେଖ ସଂପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନୂଆ ବସ୍‌ ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ ପାଇଁ ହେବ କିଓସ୍କ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସଂପର୍କିତ ଫଟୋ ରହିବ। ବସ୍‌ ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ ପାର୍କିଂ ହୋଇପାରିବ। ୧ ଲକ୍ଷ ୧୮ ହଜାର ବର୍ଗଫୁଟରେ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ହେବ।

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ହେବ ନବକଳେବର। ସେଥିପାଇଁ ନୂଆବସ୍‌ ଷ୍ଟାଣ୍ଡର ରୂପରେଖ ଗ୍ରାଫିକ୍ସ ମାଧ୍ୟମରେ ଦେଖାଇଥିଲେ ରାଜ୍ୟ ସରକାର। ହେଲେ ଆଜି ପର୍ଯ୍ୟନ୍ତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନୂଆ ରୂପ ନେଇପାରି ନାହିଁ। ଆଜି ପୁଣି ଥରେ ରାଜ୍ୟ ସରକାର କଟକରେ ନୂଆ ବସ୍‌ଷ୍ଟାଣ୍ଡ ପାଇଁ ଫଟୋ ଦେଖାଇଛନ୍ତି।

Related story