Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା!

ଆଠଗଡ଼ ବନାଞ୍ଚଳର ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant Deadbody

Elephant Deadbody

ଆଠଗଡ଼ ବନାଞ୍ଚଳରୁ ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀଟିର ବୟସ ୨୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Advertisment

ଆଠଗଡ଼ ବନାଞ୍ଚଳର ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ତଦନ୍ତ କଛି। ମୃତ ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ରହିଛି।

ନୂଆତଇଲା କାଜୁ ଜଙ୍ଗଲରେ ପରିବାର ଚାଷ କରାଯାଇଛି। ହାତୀ ଖାଦ୍ୟ ଅନ୍ୱେଷଣରେ ଆସି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହାତୀଟିର କିପରି ମୃତ୍ୟୁ ଘଟିଲା, ତାର କାରଣ ଜଣାପଡ଼ି ନାହିଁ।

Advertisment

କିଛି ଦିନ ତଳେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନସ୍ଥ ରାଜବଲ୍ଲଭପୁର ରିର୍ଜଭ ଫରେଷ୍ଟ ଘୁମାଘାସୁଆ ପାହଡ଼ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିଲା।

ସେହିପରି ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବାରେ ଆଉ ଏକ ଦନ୍ତା ହାତୀ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ କର୍ମଚାରୀମାନେ ଧନେଶ୍ୱର ବେହେରା, ରାଜକିଶୋର ପ୍ରଧାନ, ବିରଞ୍ଜି ଜାନି ଓ ରାଜୀବ ସ୍ୱାଇଁଙ୍କ ଉଠାଇ ଆଣି ପ୍ରବଳ ମାଡ଼ ମାରିଥିଲେ। ଆଉ ବନ ବିଭାଗ ହେପାଜତରେ ଥିବା ଅବସ୍ଥାରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି। 

Odisha Cuttack Elephant Death