ମହାନଦୀକୁ ଡେଇଁ ପଡ଼ିଲେ ଲ୍ୟାବ୍‌ ଆସିଷ୍ଟାଣ୍ଟ

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ସ୍ଥିତ ମହାନଦୀ ବ୍ରିଜରୁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସେ ଏବେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦେବାଶିଷ ଦାସ। ତାଙ୍କ ଘର ଚାଉଳିଆଗଞ୍ଜରେ। ସେ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଦେବାଶିଷ ଆଜି ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାର୍‌ରେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଥିଲେ। […]

Debashis Das

Jitendra Garnayak
  • Published: Sunday, 26 September 2021
  • , Updated: 26 September 2021, 11:03 AM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ସ୍ଥିତ ମହାନଦୀ ବ୍ରିଜରୁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସେ ଏବେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦେବାଶିଷ ଦାସ। ତାଙ୍କ ଘର ଚାଉଳିଆଗଞ୍ଜରେ। ସେ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ।

ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଦେବାଶିଷ ଆଜି ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାର୍‌ରେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଥିଲେ। ମହାନଦୀ ବ୍ରିଜ୍ ଉପରେ ସେ ହଠାତ୍ କାର୍‌କୁ ଅଟକାଇଥିଲେ। କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ।

ଡ୍ରାଇଭରଙ୍କ ବୟାନ ଆଧାରରେ ପୁଲିସ୍ ଏହି ସୂଚନା ଦେଇଛି। ତେବେ ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇଛି। ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରୁଛି। ଏହା ସହିତ ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଲ୍ୟାବ୍‌ ଆସିଷ୍ଟାଣ୍ଟ ଦେବାଶିଷ ଦାସ କିଛି ଦିନ ଧରି ଚିନ୍ତିତ ରହୁଥିଲେ। ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ। ତେବେ ସମସ୍ତ ଦିଗକୁ ତର୍ଜମା କରି ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story