Advertisment

ବିବାହ ବିଚ୍ଛେଦ ମାମଲାରେ ୪ର୍ଥ ଥର ପାଇଁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

ଆଜି କଟକ ପାରିବାରିକ ଅଦାଲତରେ ବର୍ଷା ଓ ଅନୁଭବ ହାଜର ହୋଇଥିଲେ। ବିବାହ ବିଚ୍ଛେଦ ମାମଲା ନେଇ ଚତୁର୍ଥ ଥର ପାଇଁ ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।

author-image
Manoranjan Sial
Varsha and Anubhav

Varsha and Anubhav

ଅଭିନେତାରୁ ରାଜନେତା ବନିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ଥମିବାର ନାଁ ଧରୁନାହିଁ। ଏହି ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି କଟକ ପାରିବାରିକ ଅଦାଲତରେ ବର୍ଷା ଓ ଅନୁଭବ ହାଜର ହୋଇଥିଲେ। ବିବାହ ବିଚ୍ଛେଦ ମାମଲା ନେଇ ଚତୁର୍ଥ ଥର ପାଇଁ ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଏହା ଅସମାପ୍ତ ରହିବାରୁ ପରବର୍ତ୍ତୀ ତାରିଖରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଜାରି ରହିବ।

Advertisment

ପୂର୍ବରୁ ଅନୁଭବ ଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇ ସାରିଛି। ବର୍ଷା ଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ଉଭୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ। ଉଭୟଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଅନୁଭବଙ୍କ ପକ୍ଷରୁ ବିବାହ ବିଚ୍ଛେଦ ମାମଲା ଓ ବୈବାହିକ ଜୀବନକୁ ପୁନଃ ଅବସ୍ଥାପିତ କରିବାକୁ ବର୍ଷାଙ୍କ ଆବେଦନ ଉପରେ କୋର୍ଟ ଚୁଡାନ୍ତ ରାୟ ଶୁଣେଇବେ।

Ollywood Actor Anubhav Mohanty Cuttack Ollywood High Court