ବୁଲେଟ୍‌ କିଣିବାକୁ କହି ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟିନେଲେ ସାଇବର ଠକ

ନୂଆପଡ଼ା (ମାୟାଧର ସରାଫ): ବୁଲେଟ୍‌ କିଣିବାକୁ କହି ଶାହାରୁଖ ଖାଁଙ୍କ ଆକାଉଣ୍ଟରୁ ଲକ୍ଷେ ୨୧ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କୋମନାର ଶାହାରୁଖ ଖାଁ ନିଜର ବୁଲେଟ୍‌କୁ ଓଏଲଏକ୍ସରେ ବିକିବା ପାଇଁ ବିଜ୍ଞାପନ ଦେଇଥିଲେ। ଏପରିକି ଫେସ୍‌ବୁକରେ ମଧ୍ୟ ସେ ବିଜ୍ଞାପନ ଦେଇଥିଲେ। ତାଙ୍କ […]

royalenfield

Manoranjan Sial
  • Published: Friday, 19 February 2021
  • , Updated: 19 February 2021, 07:36 PM IST

ନୂଆପଡ଼ା (ମାୟାଧର ସରାଫ): ବୁଲେଟ୍‌ କିଣିବାକୁ କହି ଶାହାରୁଖ ଖାଁଙ୍କ ଆକାଉଣ୍ଟରୁ ଲକ୍ଷେ ୨୧ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କୋମନାର ଶାହାରୁଖ ଖାଁ ନିଜର ବୁଲେଟ୍‌କୁ ଓଏଲଏକ୍ସରେ ବିକିବା ପାଇଁ ବିଜ୍ଞାପନ ଦେଇଥିଲେ। ଏପରିକି ଫେସ୍‌ବୁକରେ ମଧ୍ୟ ସେ ବିଜ୍ଞାପନ ଦେଇଥିଲେ।

ତାଙ୍କ ବିଜ୍ଞାପନ ଦେଖି ନିଜକୁ ଆର୍ମିରେ ଚାକିରି କରୁଥିବା ଦର୍ଶାଇ ରାମସ୍ୱରୂପ ନାମକ ଜଣେ ବ୍ୟକ୍ତି ବୁଲେଟ କିଣିବାକୁ ଫୋନ କରିଥିଲେ। ପରେ ଅଗ୍ରୀମ ଆକାରରେ ୫୦୦୦ ଦେଇଥିଲେ। ବାକି ଟଙ୍କା ବୁଲେଟ୍‌ ଆଣିବା ପରେ ଦେବେ ବୋଲି କହିଥିଲେ।

ଏପରିକି ନିଜ ଆଧାରକାର୍ଡ, ଫଟୋ ପରିଚୟପତ୍ର ଆଉ ଏକ ବାରକୋଡ୍‌ ପଠାଇ ଥିଲା ରାମସ୍ୱରୂପ। ସେହି ବାରକୋଡ୍‌କୁ ସ୍କାନ କରିବାକୁ କହିଥିଲା ରାମସ୍ୱରୂପ। ସ୍କାନ କଲା ପରେ ୫୦୦୦ ଟଙ୍କା ପହଞ୍ଚି ଯିବ ବୋଲି ଆଶ୍ୱାସନା ଦେଇଥିଲା ରାମସ୍ୱରୂପ।

ଆସିଥିବା ବାର୍‌କୋଡ ସ୍କାନ କରିବା ପରେ ଶାହାରୁଖଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଆସିବା ବଦଳରେ ପୂରା ଆକାଉଣ୍ଟ ଖାଲି ହୋଇଗଲା। ଅର୍ଥାତ ଶାହାରୁଖଙ୍କ ଆକାଉଣ୍ଟରେ ଥିବା ୧ ଲକ୍ଷ ୨୧ ହଜାର ଟଙ୍କା ଗାଏବ ହୋଇଗଲା।

ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story