କେବିସିରେ ୩୫ଲକ୍ଷ ଜିତିଛ କହି ଲୁଟିନେଲେ ୧.୬୦ ଲକ୍ଷ ଟଙ୍କା

ଝାରସୁଗୁଡ଼ା(ଭାଗିରଥୀ ସାହୁ): ପୁଣି ମାତିଲେ ସାଇବର ଠକ । କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କହି ଆକାଉଣ୍ଟରେ କଳା କନା ବୁଲାଇଦେଲେ। ଏଥର ଜଣେ ଯୁବତୀଙ୍କୁ ନିଜ ଜାଲରେ ଫସାଇ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଝାରସୁଗୁଡା ଜିଲ୍ଲା ବେଲପାହାଡ  ଗାନ୍ଧିନଗରରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଠକାମୀର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନିତା ଛତର। ସୂଚନା […]

cyber frude

Niharika Rout
  • Published: Wednesday, 03 March 2021
  • , Updated: 03 March 2021, 02:31 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ପୁଣି ମାତିଲେ ସାଇବର ଠକ । କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କହି ଆକାଉଣ୍ଟରେ କଳା କନା ବୁଲାଇଦେଲେ। ଏଥର ଜଣେ ଯୁବତୀଙ୍କୁ ନିଜ ଜାଲରେ ଫସାଇ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଝାରସୁଗୁଡା ଜିଲ୍ଲା ବେଲପାହାଡ  ଗାନ୍ଧିନଗରରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଠକାମୀର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନିତା ଛତର।

[caption id="attachment_624180" align="aligncenter" width="650"] ଠକାମୀର ଶିକାର ହୋଇଥିବା ନିତା ଛତର।[/caption]

ସୂଚନା ଅନୁଯାୟୀ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ ଆସିଥିଲା। ଅପରପାର୍ଶ୍ୱରୁ ବ୍ୟକ୍ତିଜଣକ  ଆପଣ ‘କୋନ ବନେଗା କରୋଡପତି’ରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କହିଥିଲା । ଏହାପରେ ୨୪ ତାରିଖରେ ପୁଣି ସେହି ବ୍ୟକ୍ତି ଜଣକ ଫୋନ କରି ସରକାରୀ ଟ୍ୟାକ୍ସ ବାବଦକୁ  ଏକ ଆକାଉଣ୍ଟରେ ୧୮ହଜାର ୨ଶହ ଟଙ୍କା  ଜମା କରିବା ପାଇଁ କହିଥିଲା ।

ଏହାପରେ ବିଭିନ୍ନ କିସ୍ତିରେ ୩୫ହଜାର, ୩୧ ହଜାର, ୫ହଜାର ଟଙ୍କା ପଠାଇବା ପାଇଁ କହିଥିଲେ । କିନ୍ତୁ ବିଭିନ୍ନ ଆଳ ଦେଖାଇ ସେମାନେ କିଛି ଟଙ୍କା ପଠାଇ ନଥିଲେ । ଏପରିକି ଆଉ ୪୦ ହଜାର ଟଙ୍କା ଜମା କଲେ ଲଟେରୀ ପଇସା ଦିଆଯିବ ବୋଲି ବାହାନା କରିଥିଲେ  । ଲଟେରୀ ଟଙ୍କା ନ ମିଳିବାରୁ ଯୁବତୀ ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣି ପାରି ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ  । ବେଲପାହାଡ ପୋଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ କରୁଛି ।

Related story