ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ସାଇକେଲ ଯାତ୍ରା

Ordigital Desk
  • Published: Thursday, 28 September 2017
  • , Updated: 28 September 2017, 07:22 AM IST
<p>କଟକ/ଭୁବନେଶ୍ୱର: ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ ନେପାଳର ରାଜଧାନୀ କାଠମାଣ୍ଡୁକୁ ଆଜିଠୁ ଆରମ୍ଭ ହୋଇଛି ସାଇକେଲ୍ ଯାତ୍ରା। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ ହୋଇଛି ଏହି ଯାତ୍ରା। ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେନଚର କ୍ଲବର ୮ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ୧୨ ଦିନରେ ୧୪୫୦ କିଲୋମିଟର ଅତିକ୍ରମ କରି ସେମାନେ କାଠମାଣ୍ଡୁରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଅକ୍ଟୋବର ୯ ତାରିଖରେ ସେମାନେ କାଠମାଣ୍ଡୁରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହି ଅଭିଯାନର ଆଉ ଏକ ଉଦ୍ଦେଶ୍ୟ ହେଉଛି ସାଇକେଲିଂ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା।</p>

Related story