ଗୋପାଳପୁର ଠାରୁ ୪୭୦ କିମି ଦୂରରେ ଅଛି ବାତ୍ୟା ’ଜୱାଦ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ବାତ୍ୟା ‘ଜୱାଦ’। ଏହା ରବିବାର ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିବ ବୋଲି କୁହାଯାଉଥିବା ବେଳେ ଏହାର ସ୍ଥିତି ନେଇ ସଦ୍ୟ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନ (ଏସ୍‌ଆର୍‌ସି) ପ୍ରଦୀପ ଜେନା। ସେ କ’ଣ କହିଛନ୍ତି, ଚୁମ୍ବକରେ ଜାଣି ନିଅନ୍ତୁ। ବାତ୍ୟା ‘ଜୱାଦ’ ଏବେ ଗୋପାଳପୁରରୁ ୪୭୦ କିମି ଦୂରରେ ରହିଛି। ସେହିପରି ପାରାଦୀପରୁ ଏହା ୫୮୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟାରେ […]

CycloneJawad

Jitendra Garnayak
  • Published: Friday, 03 December 2021
  • , Updated: 03 December 2021, 06:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ବାତ୍ୟା ‘ଜୱାଦ’। ଏହା ରବିବାର ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିବ ବୋଲି କୁହାଯାଉଥିବା ବେଳେ ଏହାର ସ୍ଥିତି ନେଇ ସଦ୍ୟ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନ (ଏସ୍‌ଆର୍‌ସି) ପ୍ରଦୀପ ଜେନା। ସେ କ’ଣ କହିଛନ୍ତି, ଚୁମ୍ବକରେ ଜାଣି ନିଅନ୍ତୁ।

  • ବାତ୍ୟା ‘ଜୱାଦ’ ଏବେ ଗୋପାଳପୁରରୁ ୪୭୦ କିମି ଦୂରରେ ରହିଛି।
  • ସେହିପରି ପାରାଦୀପରୁ ଏହା ୫୮୦ କିମି ଦୂରରେ ରହିଛି।
  • ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ଏହା ୨୨ କିମି ବେଗରେ ଆସୁଛି।
  • କାଲି ରି-କର୍ଭ କରି ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ।
  • ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ କି ନାହିଁ ଏଯାଏ IMD ସ୍ପଷ୍ଟ କରିନି।
  • ଯଦି ସ୍ଥଳଭାଗ ଛୁଏଁ, ଅଳ୍ପ ଛୁଇଁ ବାତ୍ୟା ପୁଣି ସମୁଦ୍ର ମଧ୍ୟରେ ଯିବ
  • ସ୍ଥଳଭାଗ ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୫ କିମି ରହିବ।
  • ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ।
  • ସମୁଦ୍ରରେ ଥିବା ସମସ୍ତ ୨୨, ୭୦୦ ମାଛଧରା ବୋଟ୍ ଫେରିଆସିଛନ୍ତି।
  • ବାତ୍ୟା ଆଶ୍ରୟସ୍ଥଳୀକୁ ଆଜି ଆସିବାକୁ ଲୋକେ ରାଜି ହେଉନାହାନ୍ତି।
  • କାଲି ତଳି ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ।
  • ବାତ୍ୟା ଅଞ୍ଚଳରେ କାମ କରୁଥିବା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।
  • ରବିବାର ସବୁ ଅଫିସ ଖୋଲା ରହିବ। କର୍ମଚାରୀମାନେ କାମ କରିବେ।
  • ଅତି ଆବଶ୍ୟକ ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛୁଟି ନେବେ।

Related story