Advertisment

‘ବାତ୍ୟା ‘ୟାସ୍‌’ ପାଇଁ ସ୍ଥାନାନ୍ତର ହେବେ ସାଢ଼େ ୭ ଲକ୍ଷ, ସନ୍ଧ୍ୟା ସୁଦ୍ଧା ସରିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲ୍ୟାଣ୍ଡଫଲ୍‌ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରଖାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରିତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି। ବାତ୍ୟା ‘ୟାସ୍‌’ ମୁକାବିଲା ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି-“ୟାସ୍‌ ଆସନ୍ତାକାଲି ସକାଳେ ଧାମରା ପାଖେ […]

ଅଦ୍ୟତନ ହୋଇଛି
‘ବାତ୍ୟା ‘ୟାସ୍‌’ ପାଇଁ ସ୍ଥାନାନ୍ତର ହେବେ ସାଢ଼େ ୭ ଲକ୍ଷ, ସନ୍ଧ୍ୟା ସୁଦ୍ଧା ସରିବ’

Bhadrak

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଲ୍ୟାଣ୍ଡଫଲ୍‌ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରଖାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରିତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି।

Advertisment

ବାତ୍ୟା ‘ୟାସ୍‌’ ମୁକାବିଲା ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି-“ୟାସ୍‌ ଆସନ୍ତାକାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡଫଲ୍‌ କରିବ ବୋଲି କହିଛି IMD। ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବାର ଆଶଙ୍କାରେ ଆମେ ପ୍ରସ୍ତୁତି କରୁଛୁ। ଆଜି ସନ୍ଧ୍ୟା ପରଠାରୁ ପବନ ବଢିବାର ଆଶଙ୍କା ରହିଛି। ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ।”

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ସେ ଆହୁରି କହିଛନ୍ତି-“ବାତ୍ୟା ଆଶ୍ରୟସ୍ଥଳକୁ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଛି। ୭ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୫ ହଜାର ୧୨୯ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେଥିରୁ ବାଲେଶ୍ୱରରୁ ୪୬୮୨୮, ଭଦ୍ରକରୁ ୭୨୯୭୦ , ମୟୂରଭଞ୍ଜରୁ ୩୨୦୦, ପୁରୀରୁ ୩୫୦୦, କେନ୍ଦ୍ରାପଡ଼ାରୁ୧୮୩୯୧, ଜଗତସିଂହପୁରରୁ ୯୧୨୨, ଯାଜପୁରରୁ ୧୧୧୮ ଜଣଙ୍କୁ ଅଛନ୍ତି। ସ୍ଥାନାନ୍ତର ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ମିଳୁଛି। ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଓ ବଣେଇ; ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼, ଭୁବନ ଓ କାମାକ୍ଷାନଗର ବ୍ଲକକୁ ଆଲର୍ଟ କରିଛୁ। ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ କଣିହାଁ ବ୍ଲକକୁ ମଧ୍ୟ ଆଲର୍ଟ ପାଇଁ କୁହାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ଛଡ଼ା ଅନ୍ୟ ସ୍ଥାନରେ ମଧ୍ୟ ବ୍ୟବସ୍ଥା କରାଯାଇଛି।”

Advertisment

ଶ୍ରୀ ଜେନା ଆହୁରି କହିଛନ୍ତି-“୪୫୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି। ବାତ୍ୟା ସମୟରେ ବାହାରେ ବୁଲାବୁଲି କରନ୍ତୁ ନାହିଁ। ବାତ୍ୟା ବେଳେ ଅନ୍ତତଃ ୪ରୁ ୬ ଘଣ୍ଟା ଛାତ ଘର ଭିତରେ ରୁହନ୍ତୁ। ବିଦ୍ୟୁତ ବ୍ୟାଘାତ ଯୋଗୁ ଜଳଯୋଗାଣରେ ଅସୁବିଧା ଘଟିପାରେ। ଲୋକମାନେ ୨/୩ ଦିନ ପର୍ଯ୍ୟନ୍ତ ଘରେ ପିଇବା ପାଣି ସାଇତି ରଖନ୍ତୁ। କଟକ ଓ ଭୁବନେଶ୍ୱରରେ ପବନର ବେଗ ୬୦ରୁ ୯୦ କିମି ରହିବ।”

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe