୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଇଏମ୍‌ଡି ଡିଜିଙ୍କ କହିଛନ୍ତି, “ମିଆଁମାର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ। ତାହା ଏବେ ସେହି ସ୍ଥାନରେ କେନ୍ଦ୍ରୀଭୂତ ଅଛି। ଏହା ଧୀରେ […]

Rain

Manoranjan Sial
  • Published: Thursday, 23 September 2021
  • , Updated: 23 September 2021, 04:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଆଇଏମ୍‌ଡି ଡିଜିଙ୍କ କହିଛନ୍ତି, “ମିଆଁମାର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ। ତାହା ଏବେ ସେହି ସ୍ଥାନରେ କେନ୍ଦ୍ରୀଭୂତ ଅଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ ନିକଟସ୍ଥ ଉତ୍ତର ବଙ୍ଗୋପସାଗରେ ୨୫ ତାରିଖରେ କେନ୍ଦ୍ରୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ। ତେଣୁ ଏହାର ପ୍ରଭାବରେ ଓଡ଼ିଶାରେ ୨୬ ତାରିଖରୁ ବର୍ଷା ଆରମ୍ଭ ହେବ। ୨୬ ଓ ୨୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଅଧିକ ବର୍ଷା ହେବ। ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଅର୍ଥାତ ୭ ସେଣ୍ଟିମିଟରରୁ ୧୨ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ଧୀରେ ଧୀରେ ବର୍ଷାର ପରିମାଣ କମିବ। ବିଶେଷକରି ବେଶୀ ବର୍ଷା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହେବାର ସମ୍ଭାବନା ରହିଛି।”

https://youtu.be/wXuWhC6jXEE

ଓଡ଼ିଶାକୁ ଆଉ ଏକ ବାତ୍ୟା ଆସୁଥିବା ନେଇ ସୋଶାଲ୍‌ ମିଡ଼ିଆରେ ଚର୍ଚ୍ଚା ନେଇ ଶ୍ରୀ ମହାପାତ୍ର କହିଛନ୍ତି-“ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବଙ୍ଗୋପସାଗର ଓ ନିକଟସ୍ଥ ସାଉଥ୍‌ ଚାଇନା ସି’ରେ ମୌସୁମୀ ସକ୍ରିୟ ହୋଇଥିବାରୁ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ୨୮ ତାରିଖ ପରେ ଓଡ଼ିଶାରେ କୌଣସି ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ତଥ୍ୟ ନାହିଁ।”

ସେ ଆହୁରି କହିଛନ୍ତି- “ଗତକାଲି ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦୁର୍ବଳ ହୋଇଯାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ନାହିଁ। କିନ୍ତୁ ଉତ୍ତର ଛତିଶଗଡ଼ରେ ଏହାର ପ୍ରଭାବରେ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।”

https://twitter.com/mcbbsr/status/1440971282854539266?s=20

Related story