ଧୀରେ ଧୀରେ ଘନୀଭୂତ ହେଉଛି ଘୂର୍ଣ୍ଣିଝଡ଼ ‘ପେତାଇ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ପେତାଇ’ ଧୀରେ ଧୀରେ ଘନୀଭୂତ ହେଉଛି। ଆଜି ସଂଧ୍ୟା ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଘଣ୍ଚା ପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି। ଆଜି ଦିନ ସାଢ଼େ ୧୨ଟା ସୁଦ୍ଧା ଏହା ଚେନ୍ନାଇରୁ ୪୩୦କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମଠାରୁ ୫୬୦ କିଲୋମିଟର ଦୂରରେ ଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ […]

99000000

Tapaswini Nayak
  • Published: Sunday, 16 December 2018
  • , Updated: 16 December 2018, 02:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ପେତାଇ’ ଧୀରେ ଧୀରେ ଘନୀଭୂତ ହେଉଛି। ଆଜି ସଂଧ୍ୟା ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ।

ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଘଣ୍ଚା ପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି। ଆଜି ଦିନ ସାଢ଼େ ୧୨ଟା ସୁଦ୍ଧା ଏହା ଚେନ୍ନାଇରୁ ୪୩୦କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମଠାରୁ ୫୬୦ କିଲୋମିଟର ଦୂରରେ ଥିଲା।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ୍ ଓ କାକିନାଡ଼ା ମଧ୍ୟରେ ପେତାଇ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହୋଇଯିବ। ‘ପେତାଇ’ ପ୍ରଭାବରେ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଆନ୍ଧ୍ର ଓ ଉତ୍ତର ତାମିଲନାଡୁରେ ପ୍ରବଳ ବର୍ଷା ହେବ। ଓଡ଼ିଶା ଓ ଛତିଶଗଡ଼ରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Related story