ରାଜଧାନୀରେ ସାଇକ୍ଲୋଥନ: ପେଟ୍ରୋଲ କମ୍‌ ବ୍ୟବହାର ପାଇଁ ଚାଲିଛି ସଚେତନତା

Ordigital Desk
  • Published: Sunday, 04 February 2018
  • , Updated: 04 February 2018, 10:51 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ସକାଳୁ ସକ୍ଷମ ସାଇକ୍ଲୋଥନ ଆରମ୍ଭ ହୋଇଛି। ପେଟ୍ରୋଲର କମ୍ ବ୍ୟବହାର ସଂପର୍କରେ ଏହି ସାଇକ୍ଲୋଥନ ମାଧ୍ୟମରେ ସଚେତନତା କରାଯାଉଛି।&nbsp; ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ଏହାକୁ ଆୟୋଜନ କରିଛି PCRA।&nbsp;&nbsp; ଏହି ସାଇକ୍ଲୋଥନ କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହୋଇ ଖଣ୍ଡଗିରିରେ ପହଞ୍ଚିବା ପରେ ପୁଣି କଳିଙ୍ଗ ଷ୍ଟାଡିୟମରେ ଫେରିବ।&nbsp; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇଛନ୍ତି।</p> <p>ବିଭିନ୍ନ ଖେଳ ସହ ଜଡ଼ିତ ବିଶିଷ୍ଟ ଖେଳାଳିମାନେ ବି ଏଥିରେ ଯୋଗଦେଇଛନ୍ତି।&nbsp; &nbsp;ସାଇକ୍ଲୋଥନ ପୂର୍ବରୁ ଗତକାଲି ମାଗଣା ଟିସାର୍ଟ, ରିଷ୍ଟ ବ୍ୟାଣ୍ଡ, ହେଲମ୍ୟାଟ୍ ଏବଂ ବ୍ୟାଗ ପାଇବା ପାଇଁ କଳିଙ୍ଗ ଷ୍ଟାଡ଼ିୟମ କାଉଣ୍ଟରରେ ଭଙ୍ଗାରୁଜା ହୋଇଥିଲା। ସାଇକ୍ଲୋଥନରେ ଅଂଶଗ୍ରହଣ କରିବା ଲାଗି ଯେଉଁମାନେ ନାଁ ପଂଜୀକରଣ କରିଥିଲେ ସେମାନଙ୍କୁ ଟି ସାର୍ଟ, ରିଷ୍ଟ ବ୍ୟାଣ୍ଡ, ହେଲମ୍ୟାଟ ଆଦି କିଟ୍ ମାଗଣାରେ ଦିଆଯିବ ବୋଲି କୁହାଯାଇଥିଲା।&nbsp; କିଛି ଲୋକଙ୍କୁ ଦିଆଯିବା ପରେ କାଉଣ୍ଟର ବନ୍ଦ କରିଦିଆଯାଇଥିଲା।&nbsp; ଏହା ପରେ ଲାଇନରେ ଅପେକ୍ଷା କରିଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ପରେ ଏହା ହିଂସାର ରୂପ ନେଇଥିଲା।</p>

Related story