ଡି’ ବ୍ରଦର୍ସଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍‌ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ

ଭୁବନେଶ୍ୱର:  କୃଷି ଓ କୃଷକଙ୍କ ସମସ୍ୟା ସହ ରାସନକାର୍ଡ ବଣ୍ଟନରେ ଅନିୟମିତତା ଓ ଡି-ବ୍ରଦର୍ସ ଲିଙ୍କ୍‌ରେ ବିଜେଡି ନେତା ଥିବା ଅଭିଯୋଗକୁ ନେଇ ସରକାରଙ୍କୁ ବିଧାନସଭାରେ ଘେରିବ କଂଗ୍ରେସ। ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି,“ଏସବୁ ପ୍ରସଙ୍ଗ ସହ ଚାଷୀ ଆତ୍ମହତ୍ୟା, ଆଳୁ ମିଶନ ଫେଲ୍‌ ପ୍ରସଙ୍ଗକୁ ମଧ୍ୟ ଦଳ ଗୃହରେ ଉଠାଇବ। ତେବେ ଆଇନ ଶୃଙ୍ଗଳା ଆଳରେ […]

narasingha-mishra

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 05:25 PM IST

ଭୁବନେଶ୍ୱର:  କୃଷି ଓ କୃଷକଙ୍କ ସମସ୍ୟା ସହ ରାସନକାର୍ଡ ବଣ୍ଟନରେ ଅନିୟମିତତା ଓ ଡି-ବ୍ରଦର୍ସ ଲିଙ୍କ୍‌ରେ ବିଜେଡି ନେତା ଥିବା ଅଭିଯୋଗକୁ ନେଇ ସରକାରଙ୍କୁ ବିଧାନସଭାରେ ଘେରିବ କଂଗ୍ରେସ। ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ସେ କହିଛନ୍ତି,“ଏସବୁ ପ୍ରସଙ୍ଗ ସହ ଚାଷୀ ଆତ୍ମହତ୍ୟା, ଆଳୁ ମିଶନ ଫେଲ୍‌ ପ୍ରସଙ୍ଗକୁ ମଧ୍ୟ ଦଳ ଗୃହରେ ଉଠାଇବ। ତେବେ ଆଇନ ଶୃଙ୍ଗଳା ଆଳରେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରାଯାଉଥିବାରୁ ଦଳ ତା’ର ବିରୋଧ କରିବ। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ, କିନ୍ତୁ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରା ନ ଯାଉ।”

ଏହା ସହ ସେ କହିଛନ୍ତି ଯେ ରାଜ୍ୟର ସବୁ ସମସ୍ୟା ଉପରେ ଆଲୋଚନା ହେଉ। ବିଧାନସଭାକୁ ବନ୍ଦ କରା ନ ଯାଉ। ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିବାରୁ ସରକାରୀ ଦଳ ଏଥିରେ ବ୍ୟଘାତ ସୃଷ୍ଟି ନ କରନ୍ତୁ।

ବିଧାୟକ ଦଳ ବୈଠକରେ ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Related story