କୋଲକାତା ନୁହେଁ କାନପୁର ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ତିଆରି ହୋଇଛି ଡି’ ବ୍ରଦର୍ସଙ୍କ ଘରୁ ଜବତ କାର୍ବାଇନ

କଟକ: ଡି’ ବ୍ରଦର୍ସଙ୍କ ଘରୁ ଜବତ ହୋଇଥିବା କାର୍ବାଇନ କାନପୁର ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ତିଆରି ହୋଇଛି। ଏହା ଜଣାପଡିବା ଘଟଣାର ତଦନ୍ତ କରୁଥିବା ପୋଲିସର ସ୍ୱତନ୍ତ୍ର ଟିମ୍‌ କୋଲକାତାରୁ କାନପୁରକୁ ଯାଇଛି। ଫୋରେନସିକ ରିପୋର୍ଟରୁ କାର୍ବାଇନଟି କୋଲକାତାର ଇଣ୍ଡିଆ ଅର୍ଡନାନ୍ସ ଫାକ୍ଟ୍ରିରୁ ଆସିଥିବା ଜଣାପଡିଥିଲା। କମିଶନରେଟ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ କୋଲକାତା ଘଟଣାର ତଦନ୍ତ କରିବାକୁ ଯାଇଥିଲା। ଉକ୍ତ କମ୍ପାନୀ କାର୍ବାଇନଟି ତିଆରି କରିଥିବା ଓ ରେଜିଷ୍ଟରରେ ସମାନ ସିରିୟଲ ନମ୍ବର ଥିବା ଜଣାପଡିଥିଲା। ହେଲେ […]

gun

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 02:38 PM IST

କଟକ: ଡି’ ବ୍ରଦର୍ସଙ୍କ ଘରୁ ଜବତ ହୋଇଥିବା କାର୍ବାଇନ କାନପୁର ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ତିଆରି ହୋଇଛି। ଏହା ଜଣାପଡିବା ଘଟଣାର ତଦନ୍ତ କରୁଥିବା ପୋଲିସର ସ୍ୱତନ୍ତ୍ର ଟିମ୍‌ କୋଲକାତାରୁ କାନପୁରକୁ ଯାଇଛି।

ଫୋରେନସିକ ରିପୋର୍ଟରୁ କାର୍ବାଇନଟି କୋଲକାତାର ଇଣ୍ଡିଆ ଅର୍ଡନାନ୍ସ ଫାକ୍ଟ୍ରିରୁ ଆସିଥିବା ଜଣାପଡିଥିଲା। କମିଶନରେଟ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ କୋଲକାତା ଘଟଣାର ତଦନ୍ତ କରିବାକୁ ଯାଇଥିଲା। ଉକ୍ତ କମ୍ପାନୀ କାର୍ବାଇନଟି ତିଆରି କରିଥିବା ଓ ରେଜିଷ୍ଟରରେ ସମାନ ସିରିୟଲ ନମ୍ବର ଥିବା ଜଣାପଡିଥିଲା। ହେଲେ କାର୍ବାଇନଟି କୋଲକାତା ବଦଳରେ କାନପୁରରେ କମ୍ପାନୀର ଥିବା ଅନ୍ୟ ଏକ ଫ୍ୟାଟ୍ରିରେ ନିର୍ମାଣ ହୋଇଥିବା ଜଣାପଡିଥିଲା।

ଡି’ ବ୍ରଦର୍ସଙ୍କ କଟକ ସିଡିଏ ଘରୁ ମିଳିଥିବା ଏହି ଅତ୍ୟାଧୁନିକ ୯ ଏମ୍‌ଏମ୍‌ କାର୍ବାଇନରୁ ଏକାକାଳୀନ ୩୨ ରାଉଣ୍ଡ ଗୁଳି ଚଳାଇ ହେବ। ଏହା କେବଳ ସେନା ଓ ଅର୍ଦ୍ଧ ସାମରିକ ବାହୀନକୁ ଯୋଗାଣ ହୋଇଥାଏ। ଡି’ ବ୍ରଦର୍ସ କେମିତି ଏହାକୁ ହାତେଇଲେ। କୌଣସି ସେନା ଅଧିକାରୀଙ୍କ ପାଖରୁ ଦୁଇଭାଇ ଏହାକୁ ପାଇଛନ୍ତି ନାଁ ସେନା ଆଧିକାରୀଙ୍କଠାରୁ ଆଉ କିଏ ନେଇ ଏମାନଙ୍କୁ ଦେଇଛି ଆଦି ଘଟଣାର ତଦନ୍ତ ଉକ୍ତ ଟିମ୍‌ କରୁଛି।

ଅନ୍ୟପକ୍ଷରେ ବିହାରର ଜଣେ ପୂର୍ବତନ ବାହୁବଳି ବିଧାୟକଙ୍କ ଜରିଆରେ ଡି’ ବ୍ରଦର୍ସ ବନ୍ଧୁକ ପାଇଥିବା ଜେରା ବେଳେ କହିଥିଲେ। ଡି’ ବ୍ରଦର୍ସଙ୍କ ପାଖରେ ଏକ ଏକେ-୪୭ ରହିଥିବା ସନ୍ଦେହ କରାଯାଉଛି। କାର୍ବାଇନ ଲିଙ୍କ ଖୁଲାସା ହେବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।

ସୁଶୀଲକୁ ବାଲେଶ୍ୱର ଜେଲକୁ ସ୍ଥାନାନ୍ତର କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ସୁଶୀଲକୁ ଜେଲ୍‌ର ଏକ ନମ୍ବର ସେଲ୍‌ରେ ରଖିବା ଲାଗି ଯୋଜନା ରହିଛି। ସେହି ଅନୁସାରେ ଜେଲ୍‌ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ତେବେ ବାଲେଶ୍ୱର ଦୁଇ ଭାଇଙ୍କ ପାଇଁ ନୂଆ ନୁହେଁ। ବାଲେଶ୍ୱର ଜିଲ୍ଲା ସ୍କୁଲରେ ଦୁଇ ଭାଇ ପଢୁଥିଲେ। ସେହିପରି ବାରିପଦା ସ୍ପିନିଂ ମିଲ୍‌ ଡକାୟତି ଘଟଣାରେ ସୁଶାନ୍ତ ଗିରଫ ହୋଇ ବାରିପଦା ଜେଲ୍‌ରେ ଥିଲା।

ସୁଶାନ୍ତ ଝାରପଡ଼ା ଜେଲ୍‌ରେ ରହିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜେଲ୍‌ର ଦୁଇ ନମ୍ବର ସେଲ୍‌ରେ ତାକୁ ରଖିଯିବାକୁ ବ୍ୟବସ୍ଥା କରାଯାଉଛି। ଏହି ସେଲ୍‌ ବାହାରେ ଏସ୍‌ଓଜି ଯବାନ ମୁତୟନ ରହିବେ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story