ଡି’ ବ୍ରଦର୍ସ ଓ ସେମାନଙ୍କ ସହଯୋଗୀଙ୍କୁ କୋର୍ଟରେ ହାଜର

କଟକ: ଧଳ ସାମନ୍ତ ଭ୍ରାତା (ଡି’ ବ୍ରଦର୍ସ) ଓ ସେମାନଙ୍କ ସହଯୋଗୀଙ୍କୁ ଆଜି ପୂର୍ବାହ୍ନରେ ୧୧ଟି ମାମଲାରେ କଟକ ଏସ୍‌ଡିଜେଏମ୍‌ ଓ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଛି। ଏହି ମାମଲା ମଧ୍ୟରୁ ଓମ୍‌ ହତ୍ୟାକାଣ୍ଡ ଓ ତାନ୍ତିଆ କନ୍‌ଷ୍ଟ୍ରକସନ୍‌ଠାରୁ ଦାଦାବଟି ଆଦାୟ ମାମଲା ବିଚାର ପାଇଁ ସେସନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ସିଏମ୍‌ସିର ସଫେଇ ଦାୟିତ୍ୱ ନେଇଥିବା ରାମକୀ ସଂସ୍ଥାଠାରୁ ଦାଦାବଟି ଆଦାୟ ମାମଲାରେ ଜଣଙ୍କର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଏହି ମାମଲାରେ ସୁଶାନ୍ତ […]

d-brothers

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 07:35 PM IST

କଟକ: ଧଳ ସାମନ୍ତ ଭ୍ରାତା (ଡି’ ବ୍ରଦର୍ସ) ଓ ସେମାନଙ୍କ ସହଯୋଗୀଙ୍କୁ ଆଜି ପୂର୍ବାହ୍ନରେ ୧୧ଟି ମାମଲାରେ କଟକ ଏସ୍‌ଡିଜେଏମ୍‌ ଓ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଛି। ଏହି ମାମଲା ମଧ୍ୟରୁ ଓମ୍‌ ହତ୍ୟାକାଣ୍ଡ ଓ ତାନ୍ତିଆ କନ୍‌ଷ୍ଟ୍ରକସନ୍‌ଠାରୁ ଦାଦାବଟି ଆଦାୟ ମାମଲା ବିଚାର ପାଇଁ ସେସନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ସିଏମ୍‌ସିର ସଫେଇ ଦାୟିତ୍ୱ ନେଇଥିବା ରାମକୀ ସଂସ୍ଥାଠାରୁ ଦାଦାବଟି ଆଦାୟ ମାମଲାରେ ଜଣଙ୍କର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଏହି ମାମଲାରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ଭୋଳା ଭଗତ ମଧ୍ୟ ଅଭିଯୁକ୍ତ ରହିଛନ୍ତି।

ଆସନ୍ତା ୨୫ ତାରିଖରେ ପୁଣି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ।

Related story