ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed (Diploma in Elementary Education) ପରୀକ୍ଷାର୍ଥୀ । ସେମାନେ ଡି.ଆ ଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ । ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍ରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
କୋଭିଡ୍ ଗାଇଡ୍ ଲାଇନ୍ ପାଳନ ସହ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟରେ ମୋଟ୍ ୮୦ ଟି ସେଣ୍ଟର ମଧ୍ୟରୁ ଛାତ୍ରଛାତ୍ରୀ ଯେଉଁଠି ପରୀକ୍ଷା ଦେବାକୁ ଚାହିଁବେ ସେଠି ଦେଇ ପାରିବେ । ନିଜେ ପଢୁଥିବା ସ୍କୁଲରେ ଆପ୍ଲିକେସନ ଦେଇ ପରୀକ୍ଷା ଦେବେ । ଏ ନେଇ ଖୁବ୍ ଶୀଘ୍ର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ । କ୍ୟାମ୍ପସ କିମ୍ବା ହଷ୍ଟେଲରେ ରହିବା ପାଇଁ ସୁବିଧା ଦିଆଯିବ । ଚଳିତଥର ୪୦ ନମ୍ବରରେ ପରୀକ୍ଷା କରାଯାଉଥିବାରୁ ଡମି ପ୍ରଶ୍ନପତ୍ର ଢାଞ୍ଚାରେ ପ୍ରଶ୍ନପାତ୍ର ଦିଅଯିବ ।