ଡାକ୍ତର ସ୍ନେହଲତା ସାହୁ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର ସ୍ନେହଲତା ସାହୁଙ୍କୁ ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାହୁଙ୍କୁ ସିନିଅର ଆଡମିନିଷ୍ଟ୍ରେସନ ଗ୍ରେଡକୁ ପଦୋନ୍ନତି ମିଳିବା ପରେ ରାଜ୍ୟ ସରକାର ତାଙ୍କୁ ତତ୍କାଳ ପ୍ରଭାବରୁ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ […]

loka

Ordigital Desk
  • Published: Monday, 26 December 2022
  • , Updated: 26 December 2022, 10:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର ସ୍ନେହଲତା ସାହୁଙ୍କୁ ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାହୁଙ୍କୁ ସିନିଅର ଆଡମିନିଷ୍ଟ୍ରେସନ ଗ୍ରେଡକୁ ପଦୋନ୍ନତି ମିଳିବା ପରେ ରାଜ୍ୟ ସରକାର ତାଙ୍କୁ ତତ୍କାଳ ପ୍ରଭାବରୁ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଗତ କିଛିମାସ ଧରି ଖାଦ୍ୟ ନିରାପତ୍ତା(ଫୁଡ୍ ସେଫ୍ଟି) ନିର୍ଦ୍ଦେଶକ ପଦବୀରେ କୌଣସି ଅଫିସରଙ୍କୁ ନିଯୁକ୍ତି ମିଳିନଥିଲା।

Related story