ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି, ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି। ସେମାନଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ସରକାର। ସେମାନଙ୍କ ମହଙ୍ଗା ଭତ୍ତା ୩% ବଢ଼ିଛି। ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ବୃଦ୍ଧି ପାଇ ୩୧%ରେ ପହଞ୍ଚିଛି। କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଗତ ଜୁଲାଇ ମାସରୁ ପାଇବେ। ପେନ୍‌ସନ୍‌ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା। ଏହା ଦ୍ୱାରା ସାଢ଼େ ୭ ଲକ୍ଷ ସରକାରୀ କର୍ମଚାରୀ […]

govt-employees

Jitendra Garnayak
  • Published: Friday, 31 December 2021
  • , Updated: 31 December 2021, 06:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି। ସେମାନଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ସରକାର। ସେମାନଙ୍କ ମହଙ୍ଗା ଭତ୍ତା ୩% ବଢ଼ିଛି। ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ବୃଦ୍ଧି ପାଇ ୩୧%ରେ ପହଞ୍ଚିଛି।

କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଗତ ଜୁଲାଇ ମାସରୁ ପାଇବେ। ପେନ୍‌ସନ୍‌ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା। ଏହା ଦ୍ୱାରା ସାଢ଼େ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ।

ଏହା ସହିତ ସପ୍ତମ ବେତନ କମିଶନ ବାବଦ ୩୦% ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ  ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି।

Related story